ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ପୂର୍ଣ୍ଣବାସୀ ଜାନି, ଅତିରିକ୍ତ ଶିକ୍ଷା ଅଧିକାରୀ ହରିହର ମଲ୍ଲିକ,ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର, ବ୍ଲକ୍ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଯୋଗଦେଇଥିଲେ । ଏଥିସହିତ ଜି.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଗୁରୁତ୍ୱ ଏବଂ ଆବଶ୍ୟକତା ବିଷୟରେ ଆଲୋକପାତ କରାଇଥିଲେ । ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କବିରାଜ ଜଗତ୍ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଥମ ବାର୍ଷିକୀ ଉତ୍ସବ ପାଳନକୁ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ, ପରିଚାଳନା କମିଟି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେସ୍ ଉତ୍ସାହ ଦେଖାଦେଇଛି । ଆମ ରାଜ୍ୟର ଆଦର୍ଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆଜି ସାରା ରାଜ୍ୟରେ ଶିକ୍ଷାର ବିକାଶ ଘଟିଛି ବୋଲି କହିଛନ୍ତି ବିଧାୟକ ଚକ୍ରମଣୀ କହଁର । ଅନ୍ୟପଟେ ତାଡ଼ିସରୁ ବାଇ ପଦ୍ମଶ୍ରୀ ପୂର୍ଣ୍ଣବାସୀ ଜାନି ସମସ୍ତଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କବିତା ମାଧ୍ୟମରେ ପ୍ରାର୍ଥନା କରିଥିଲେ ।