କରୋନା ମହାମାରୀ ସମୟରେ ମହା ଦୁର୍ନୀତିର ତଦନ୍ତ ପାଇଁ କଂଗ୍ରେସ ପକ୍ଷରୁ ଦାବିପତ୍ର

0 186

ଫୁଲବାଣୀ:କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଔଷଧ ନିଗମର କୋଟି କୋଟି ଟଙ୍କାର ମାସ୍କ କ୍ରୟର ମହା ଦୁର୍ନୀତି ହୋଇଥିବାରୁ ବିରୋଧ କରି ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର ଓ ମାସ୍କ ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

hiring

ତତ୍ ସହିତ କରୋନା ନିମନ୍ତେ କନ୍ଧମାଳ ଜିଲ୍ଲା କୁ ଆସିଥିବା ସରକାରୀ ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହୋଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଆର ଟି ଆଇ ମାଧ୍ୟମରେ ମଗାଯିବ ବୋଲି କଂଗ୍ରେସର ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା କହିଛନ୍ତି। ଏହି ଦାବିପତ୍ର ଦେବାପାଇଁ ମନୋଜ କୁମାର ଆଚାର୍ଯ୍ୟ, ବିଜୟ କୁମାର ମହାନ୍ତି, ସନ୍ତୋଷ କୁମାର ପଟ୍ଟନାୟକ,ଆଦିବାସୀ ଯୁବ ନେତା ଟ୍ରେଡ଼ ୟୁନିଅନର ସଭାପତି ଘନ ଶବର ,ଆଇନଜୀବୀ,ପିତାମ୍ବର ସାହୁ, ଏସକେ ସାତାର ,ସଞ୍ଜୟ ଭଂଜ,ବିନୋଦ କୁମାର ବେହେରା, ଗୌର ଚରଣ ବେହେରା, ହୃଷିକେଶ ବେହେରା, ସାମ୍ବାଦିକ ବଳଦେବ ବେହେରା ପ୍ରମୁଖଙ୍କ ଉପସ୍ଥିତି ରେ ଦାବିପତ୍ର ଦିଆଯାଇଥିଲା।

hiranchal ad1
Leave A Reply

Your email address will not be published.

ten + eight =