ଦୋଷୀ ବୁଲୁଛି କିନ୍ତୁ ମୁଲିଆମାନେ ଜେଲ୍ ଗଲେ

0 897

ବୌଦ୍ଧ: ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ୭ଖଣ୍ଡ ଜଙ୍ଗଲରୁ ବିଦ୍ୟୁତ ବିଭାଗ ଠିକାସଂସ୍ଥା ଦ୍ୱାରା ମୂଲ୍ୟବାନ ୨୩୭ଟି ଗଛକଟା ମାମଲାରେ ବନବିଭାଗ ଅଜବ ନିଷ୍ପତ୍ତି ନେଇଛି । ଠିକାସଂସ୍ଥାର ଅଧିକାରୀ କିମ୍ବା ବିଦ୍ୟୁତ ବିଭାଗ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଗଛକଟା କାମରେ ସଂସ୍ଥା ତରଫରୁ ମୁଲିଆ ଲାଗିଥିବା ସନ୍ଦେହରେ ବନବିଭାଗ ୮ଜଣ ସ୍ଥାନୀୟ ଲୋକଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ବନବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣରେ ନାପସନ୍ଦ କରାଯିବା ସହିତ ଅସଲ ଦୋଷୀଙ୍କୁ ଖସାଇବା ପାଇଁ ଏହାଏକ ଚାଲ୍ ବୋଲି ଆଲୋଚନା ହେଉଛି ।
ବିନା ଅନୁମତିରେ ଅନେକଦିନ ପୂର୍ବରୁ ଠିକାସଂସ୍ଥା ଗଛକାଟି ସାରିଥିବାବେଳେ ବନବିଭାଗ କେମିତି ଜାଣିପାରିଲା ନାହିଁ ଓ ଯଦି ଜାଣିଥିଲା କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବର୍ତ୍ତମାନ ବନବିଭାଗ ସକ୍ରିୟ ହୋଇପଡି ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ଗଛ କାଟିଥିବା ଶ୍ରମିକଙ୍କୁ ଗିରଫ କରିବା ମାମଲାରେ ବନବିଭାଗର ଅସଲ ଉଦ୍ଦେଶ୍ୟ କଣ ତାହା ଆଉ କାହାକୁ ଅଛପା ନାହିଁ । ବନବିଭାଗ ଯଦି ବେଆଇନ ଗଛକଟା ସଂପର୍କରେ ପୂର୍ବରୁ ଅବଗତ ଥିଲା ତେବେ ଠିକା ସଂସ୍ଥାର କର୍ମକର୍ତ୍ତାଙ୍କୁ ଗିରଫ ନକରି କାଗଜପତ୍ର ଦେଖାଇବା ପାଇଁ କାହିଁକି ସମୟ ଦେଇ ଫେରାର ହେବାରେ ସହାୟତା କରିଥିଲା ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି ।
ଗରିବ, ନିରୀହ ଶ୍ରମଜୀବିମାନଙ୍କୁ ଗିରଫକରି ଏତେବଡ ଘଟଣାର ଅସଲ ଆସାମୀଙ୍କୁ ଛାଡିଦେବା ବିନବିଭାଗର ପାରଦର୍ଶିତା ପଦାରେ ପଡିଛି । ତୁରନ୍ତ ଠିକାସଂସ୍ଥାର ମାଲିକଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

10 + thirteen =