ଗଜପତିରେ ପୁଣି ୫ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା

0 79

ପାରଳାଖେମୁଣ୍ଡି: ଗଜପତିରେ ପୁଣି ୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ, ଜଣେ ଆନ୍ଧ୍ର ପ୍ରଦେଶରୁ ଫେରନ୍ତା ଅଟନ୍ତି । ସେମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା । ବର୍ତ୍ତମାନ ରିପୋର୍ଟରେ ପଜିଟିଭ ଆସିଥିବାରୁ ସେମାନଙ୍କୁ ସମସ୍ତଙ୍କୁ ଆର ସୀତାପୁର ଠାରେ ଥିବା କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ସକାଶେ ପଠାଇ ଦିଆଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =