ବୌଦ୍ଧ:- ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲିଗାଁ ଗ୍ରାମରେ ଗତକାଲି ମଧ୍ୟରାତ୍ରିରେ ଜଣକ ଘର ଉପରେ ଏକ ବିଶାଳ ତାଳଗଛ ପଡିଯିବାରୁ ଘରଭିତରେ ଶୋଇଥିବା ୯ଜଣ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସାଲିଗାଁ ଗ୍ରାମର ନାରାୟଣ ପ୍ରଧାନଙ୍କ ପରିବାର ରାତିରେ ଖାଇପିଇ ଶୋଇଥିଲେ । ହଠାତ୍ କୌଣସି ଝଡତୋଫାନ ନହୋଇ ମଧ୍ୟ ଘର ନିକଟରେ ଥିବା ଏକ ବିଶାଳ ତାଳଗଛ ତାଙ୍କ ଘର ଉପରେ ଅଚାନକ ମାଡି ବସିଥିଲା । ଘରର ଟାଇଲଗୁଡିକ ଭାଙ୍ଗିଯିବାରୁ ପରିବାର ସଦସ୍ୟମାନେ କବାଟ ଖୋଲି ବାହାରକୁ ଚାଲିଆସି ତାଳଗଛ ଭାଙ୍ଗିଥିବା ଜାଣିପାରିଥିଲେ । ଏହି ଘଟଣା ରାତି ପ୍ରାୟ ୧୨ଘଣ୍ଟା ସମୟରେ ଘଟିଥିଲା । ଖବରପାଇ ବୌଦ୍ଧ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟିବାକୁ ଉଦ୍ୟମ କରିଥିଲା । ତାଳଗଛଟି ବହୁତ ପୁରୁଣା ଓ ଟାଣ ଗଛ ହୋଇଥିବାରୁ ଅଗ୍ନିଶମ ବିଭାଗ ତାଙ୍କ କଟର୍ ମେସିନ ସାହାଯ୍ୟରେ କାଟିନପାରି ଫେରିଆସିଥିଲା । ଘର ମଧ୍ୟରେ ୭ଜଣ ବୟସ୍କଙ୍କ ସହିତ ୨ଜଣ ଶିଶୁ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିବାରୁ ଗ୍ରାମବାସୀ ଆଶ୍ୱସ୍ତି ଲାଭ କରିଛନ୍ତି । ଆଜି ଟାଙ୍ଗିଆ ସାହାଯ୍ୟରେ ତାଳଗଛକୁ କଟାଯିବ ।
ନାରାୟଣ ପ୍ରଧାନ ଜଣେ ଗରିବ ଲୋକ ହୋଥିବାରୁ ତାଙ୍କ ଘର ମରାମତି ପାଇଁ ସରକାର କିଛି ଆର୍ଥିିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.