ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେହେରାମୁଣ୍ଡା ପଚଂୟତର ଦର୍ହମୁଣ୍ଡା ପତ୍ରା ଜଙ୍ଗଲରୁ ଗାଁର ସୁଶାନ୍ତ ଭୁଏ (୧୮) ନାମକ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ବେଲପଡା ପୋଲିସ ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ । ମିଳିଥିବା ସୁଚନା ଅନୁସାରେ ଶୁକ୍ରାବାର ସକାଲ ୯ଟା ସମୟରେ ବାପା ଅଚ୍ୟୁତ ଭୁଏ ସୁଶାନ୍ତକୁ ଟଙ୍କା ଉଠାଣ କରିବା ପାଇଁ କସାଂପଳା କିଓସ୍କୋ ବ୍ୟାଙ୍କକୁ ଯିବାକୁ କହିଥିଲା । ସୁଶାନ୍ତ ବାପା କଥା ରକ୍ଷା କରି କସାଂପଳା ଅଭିମୁଖେ ବାହାରି ଆଉ ଘରକୁ ଫେରିନଥିଲା । ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ଆଉ ପାଇନଥିଲେ । ଗତକାଲି ଅପରାହ୍ନ ୨ ଟା ସମୟରେ ଗାଁର ପତ୍ରା ଜଙ୍ଗଲ ରେ ଏକ ପରିତ୍ୟକ୍ତ ଅବସ୍ଥାରେ ମୃତଦେହ ପଡିରହିଥିବା ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଶବ କୁ ଚିହ୍ନତ କରିଥିଲା । ଏବଂ ପାଖର ଏକ ଲିମ୍ବ ଗଛରେ ସୁୁଶାନ୍ତର ପଡିରହିଥିବା ଖଣ୍ଡ ବିଖଣ୍ଡ ସାର୍ଟ କୁ ଦେଖି ତଦନ୍ତ ପାଇଁ ବଲାଙ୍ଗିର ସାଇଣ୍ଟିକ ଟିମ କୁ ଖବର ଦେଇଥିଲା । ବାପାଙ୍କ ଅଭିଯୋଗ ଅନୁସାରେ ଗାଁର ଫକିର ବେହେରା ନାମକ ଜଣେ ବ୍ୟକ୍ତି ବାରମ୍ବାର ଘରକୁ ଆସି ସୁଶାନ୍ତ ମୋର ୩୦ ହଜାର ଟଙ୍କା ଲାଗିଛି କହି ମାଗୁଥିଲା ।ଘଟଣା ଦିନ ମଧ୍ୟ ଘରକୁ ଆସି ସୁୁଶାନ୍ତ ସହିତ ବ୍ୟାଙ୍କ କୁ ଯାଇଥିଲା । ଏହାକୁ କେନ୍ଦ୍ରକରି ମୋ ପୁଅକୁ ହତ୍ୟା କରାଯାଇଥିବା ନେଇ ବାପା କହୁଛନ୍ତି । ଘଟଣା ସ୍ଥଳରେ ବେଲପଡା ଆଇଆଇସି ସଚିତାନନ୍ଦ ବରିହା ଓ ବଲାଙ୍ଗିର ସାଇଣ୍ଟିକଫିକ ଟିମ ପହଁଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତ ତୁରନ୍ତ ଗିରଫ କରାନଗଲେ ଆଦିବାସୀ ସଂଘର ଆନ୍ଦୋଳନ ଚେତାବାନୀ
ସୁଶାନ୍ତ ଭୁଏ ମୃତ୍ୟୁ ଘଟଣାର ପର୍ଦାଫାସ କରି ଅଭୀଯୁକ୍ତ କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ସଂଘର ସାଧାରଣ ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ ।ତାଙ୍କ କହିବା ଅନୁସାରେ ଅଚଂଳରେ ବାରମ୍ବାର ଆଦିବାସୀ ଙ୍କ ଉପରେ ଅତ୍ୟାଚାର ଆକ୍ରମଣ ବୃଦ୍ଧି ପାଉଛି । ଅଭିଯୋଗ ସତ୍ୱ ମଧ୍ୟ ପୋଲିସ ପକ୍ଷରୁ କୈାଣସୀ ପଦକ୍ଷେପ ଗ୍ରହଣ କରାଯାଉନାହଁ ଫଲରେ ବାରମ୍ବାର ଆକ୍ରମଣ ହେଉଥିବା କହିଛନ୍ତି ।ଏଣୁ ଆନ୍ଦୋଳନ ସହ ଥାନା ଘେରଉ କରିବାକୁ ଚେତାବନୀ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post