ସୋନପୁର:ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ୨୯କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଇ ସୂଚନା ପ୍ରଦାନ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଗତ ୬ ତାରିଖରେ ୮ଜଣ ଓ ୧୧ତାରିଖରେ ୯ଜଣ ସୁସ୍ଥ ହୋଇଥିଲେ । ପୁଣି ଅବଶିଷ୍ଟ ଗତକାଲି ସୁସ୍ଥ ହୋଇ ଜିଲ୍ଲା କୋଭିଡ ହେଲ୍ଥ ସେଣ୍ଟର ରୁ ଘରକୁ ଫେରିଛନ୍ତି । ଦେଶରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ରେ ବୃଦ୍ଧି ଘଟୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ନୂତନ ପଜିଟିଭ ଚିହ୍ନଟ ନହେବା ସହ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ଯୋଗୁଁ ଜିଲ୍ଲାବ୍ୟାପି ଖୁସି ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଯେପରି ଆଉକେହି ନୂତନ ପଜିଟିଭ ଚିହ୍ନଟ ନହେବେ ଓ ଗୋଷ୍ଠୀ ସଙ୍କ୍ରମଣ ଯେପରି ନହେବ ସେଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼,ଦିଲ୍ଲୀପ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଏହା ଆଶ୍ୱାସନା ର କଥା ହେଲେ କେହିବି କରୋନାକୁ ନେଇ ଭୟ ନକରିବାସହ ସତର୍କତା ଅବଲମ୍ବନ କରି ଜିଲ୍ଲାବାସୀ ସୁରକ୍ଷିତ ରହିବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆହ୍ୱାନ ଦେବାସହ ଗୋଷ୍ଠୀ ସଙ୍କ୍ରମଣକୁ ରୋକିବା ପାଇଁ କଟକଣା ଆହୁରି କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ।