ଗଞ୍ଜେଇ ଭର୍ତ୍ତି ଗାଡିଛାଡି ଫେରାର ମାମଲା : ଅଭିଯୁକ୍ତଙ୍କୁ ଧରିପାରିନାହିଁ କଣ୍ଟାମାଳ ପୋଲିସ !

0 1,277

ବୌଦ୍ଧ:ଗତ ଜୁନ୍ ୬ ତାରିଖରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂବେଳେ କଣ୍ଟମାଳ ଥାନା ଶ୍ରୀମାଲ ଗ୍ରାମ ନିକଟରୁ ଏକ ପିକ୍‌ଅପ ଗାଡିରୁ ୧୧ବସ୍ତା ଗଞ୍ଜେଇ ଚାଲାଣକାରୀମାନେ ଛାଡି ପଳାଇଥିବା ଦେଖିଥିଲା ମାମଲାଟିକୁ କଣ୍ଟାମାଳ ପୋଲିସକୁ ବନବିଭାଗ ହସ୍ତାନ୍ତର କରିଥିଲେ ମଧ୍ୟ ଆଜିଯାଏଁ ତଦନ୍ତ କଣ ହୋଇଛି କେହି ଜାଣିପାରିଲେ ନାହିଁ । ଓଆର୧୫ଏଲ୮୨୦୭ ନମ୍ବର ବିଶିଷ୍ଟ ଗାଡିରେ ୩ କ୍ୱିଣ୍ଟାଲ ୧୪କି.ଗ୍ରା ଗଞ୍ଜେଇକୁ ଜବତକରି ହାତବାନ୍ଧି ବସିରହିଛି କଣ୍ଟାମାଳ ପୋଲିସ । ଜବତ ଗାଡିର ଆଧାରରେ ତଦନ୍ତକଲେ ଗାଡିମାଲିକ ଠାରୁ ସମସ୍ତ ତଥ୍ୟ ହାସଲ ହୋଇ ଅଭିଯୁକ୍ତ ଚାଲାଣକାରୀ ଓ ଡ୍ରାଇଭର ପର୍ଯ୍ୟନ୍ତ ପୋଲିସ ପହଞ୍ଚିପାରିବାର ସବୁ ବାଟ ଥିଲେ ମଧ୍ୟ ପୋଲିସ ସେଠାରେ ପହଞ୍ଚି ପାରିନଥିବାରୁ ତାର ଭୁମିକାକୁ ନେଇ ଜନସାଧାରଣରେ ସନ୍ଦେହ ପ୍ରକାଶ ପାଉଛି ।

hiring

ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାର ଯେଉଁ ଅଭିଯୋଗ ପୂର୍ବରୁ ଜନସାଧାରଣରେ ହେଉଥିଲା ତାର କିଛି ବାସ୍ତବତା ଥିବା ଆଲୋଚନା ହେଉଛି । ଗାଡି ଜବତ ହେବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ତଦନ୍ତକରି ଅଭିଯୁକ୍ତଙ୍କୁ ଧରିବାରେ କଣ୍ଟାମାଳ ପୋଲିସ ବିଫଳ ଘଟଣାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି । ଗଞ୍ଜେଇ ଜବତ ମାମଲାରେ ଅବକାରୀ ବିଭାଗ ଅପେକ୍ଷା ପୋଲିସ ଅଧିକ ତତ୍ପରତା ପ୍ରକାଶ କରୁଥିଲେ ମଧ୍ୟ ଅନେକ ମାମଲାରେ ତଦନ୍ତ ବାଟବଣା ହେଉଥିବା ପୋଲିସର ପାରଦର୍ଶିତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ବୁଦ୍ଧିଜୀବୀ ।
ପୋଲିସର ତଦନ୍ତରେ ଶିଥିଳତା ଯୋଗୁଁ ଆରକ୍ଷୀ ଅଧୀକ୍ଷକ ଓ ଅବକାରୀ ଅଧୀକ୍ଷକ ଏ ମାମଲାରେ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଦାବି ହେଉଛି । ଆବଶ୍ୟକ ହେଲେ ଏହାର ତଦନ୍ତ ଦାୟିତ୍ୱ ଅନ୍ୟ ସଚ୍ଚୋଟ ଓ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦିଆଯାଇ ଘଟଣାର ପର୍ଦ୍ଦାଫାଶ କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 × 2 =