ବୌଦ୍ଧ ଶିକ୍ଷା ଜିଲ୍ଲାରେ କେବେ ହେବ ଶିକ୍ଷକ ପଦୋନ୍ନତି ?

0 983

ବୌଦ୍ଧ: ପ୍ରାୟ ୨୦ ବର୍ଷ ହେଲା ବୌଦ୍ଧ ଶିକ୍ଷାଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦୋନ୍ନତି ହୋଇନଥିବାରୁ ପଦୋନ୍ନତି ଆଶାୟୀମାନେ ହତାଶ ହୋଇଛନ୍ତି । ଡିସେମ୍ବର ୨୦୧୯ର ଶେଷସୁଦ୍ଧା ପ୍ରମୋଶନ ଦେବାକୁ ସରକାର ନିଷ୍ପତ୍ତି ନେବାପରେ ସେମାନଙ୍କର ମନରେ ନୂତନ ଆଶାର ସଂଚାର କରିଥିଲା । ମାତ୍ର ଦୁଃଖର କଥା ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ଖାତିର କଲେନାହିଁ ବୌଦ୍ଧଜିଲ୍ଲା ଶିକ୍ଷାଅଧିକାରୀ . । ଜାନୁଆରୀ ଓ ଫେବୃଆରୀ ମାସରେ ବସିଲା ପ୍ରମୋଶନ ଅଦାଲତ । ବୌଦ୍ଧଜିଲ୍ଲାରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କୁ ପ୍ରମୋଶନ ଦିଆଯାଉନଥିବା ନେଇ ଅଭିଯୋଗ ଆଣିଲେ । ସରକାର ନିର୍ଦ୍ଦେଶଦେଲେ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ମାତ୍ର ଜୁନ୍‌ମାସର ଅଧା ଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଆଜିଯାଏଁ କୌଣସି ପଦକ୍ଷେପ ନେଲେନାହିଁ । ଶିକ୍ଷକମାନେ ଚାତକ ପରି ଚାହିଁରହିଛନ୍ତି କେବେ ସେମାନଙ୍କର ପ୍ରମୋଶନ ହେବ ସେହି ଆଶାନେଇ ।
ଜିଲ୍ଲା ଶିକ୍ଷା ଅଧିକାରୀ କେତେବେଳେ ଶିକ୍ଷକମାନଙ୍କ ପ୍ରମୋଶନ ପାଇଁ ପ୍ରସ୍ତୁତି ଚାଲିଥିବା କହୁଥିବାବେଳେ ବିଇଓ ମାନଙ୍କ ଉପରେ ବିଳମ୍ବ ପାଇଁ ଦୋଷ ଲଢୁଛନ୍ତି । କେତେକ ଖଳପ୍ରକୃତିର କିରାଣିମାନଙ୍କ ଚକ୍ରାନ୍ତ ଯୋଗୁଁ ପ୍ରମୋଶନ କାର୍ଯ୍ୟ ଆଗେଇ ପାରୁନଥିବା ଶିକ୍ଷକମାନେ ଅଭିଯୋଗ କରନ୍ତି । ଏ ଦିଗରେ ଜିଲ୍ଲାପାଳ ବିହିତ ପଦକ୍ଷେପ ନେଇ ତୁରନ୍ତ ଶିକ୍ଷକମାନଙ୍କ ପ୍ରମୋଶନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେବାପାଇଁ ଶିକ୍ଷକ ମହଲରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × four =