ବୌଦ୍ଧ: ଡାକ୍ତରଙ୍କ ରିପୋର୍ଟ ନେଗେଟିଭ ଆସିବାପରେ ଲୋକେ ଆଶ୍ୱସ୍ତ

0 1,190

ବୌଦ୍ଧ : ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଖମାରସାହିର କରୋନା ଆକ୍ରାନ୍ତକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବାପରେ ତାଙ୍କଠାରେ ଚିକିତ୍ସିତ ହୋଇଥିବା ରୋଗୀମାନେ ଆଶ୍ୱସ୍ତ ଲାଭ କରିଛନ୍ତି । ଡାକ୍ତରଙ୍କୁ ପ୍ରାୟ ସପ୍ତାହେ ହେଲା ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଡାକ୍ତରଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯିବା ଓ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯିବାକୁ ନେଇ ଜନସାଧାରଣରେ ହେଉଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆଜିଠାରୁ ଡାକ୍ତର ତାଙ୍କର କାର୍ଯ୍ୟରେ ଯୋଗଦେବା ସଙ୍ଗେସଙ୍ଗେ ରୋଗୀ ଚିକିତ୍ସା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଡାକ୍ତରଙ୍କ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ଯେଉଁମାନଙ୍କ ସ୍ୱାବ ପରୀକ୍ଷାପାଇଁ ପଠାଯାଇଥିଲା ସମସ୍ତଙ୍କ ରିପୋର୍ଟ ନେଗେଟିଭ ବାହାରିଥିବାରୁ ସାଧାରଣ ରୋଗୀଙ୍କ ସହ ପ୍ରଶାସନର ମଧ୍ୟ ଚିନ୍ତା ଦୂରହୋଇ ଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲକ୍ଷ୍ମୀଧର ସାହୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − eleven =