ଆଉ ଜଣେ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

0 74

ସମ୍ବଲପୁର :ଆଜି ଆଉଜଣେ ୩୨ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା୨୪ରେ ପହଞ୍ଚିଛି । ଏହି ଜଣକ ଦିଲ୍ଲୀରୁ ଏଠାକୁ ଆସିବା ପରଠାରୁ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ତାଙ୍କୁ ଅନୁଧ୍ୟାନ ପାଇଁ ରଖାଯାଇଥିଲା ଓ ସ୍ୱାବ ପରୀକ୍ଷାରେ ପଜିଟିଭ ବାହାରିବାରୁ ଚିକିତ୍ସା ପାଇଁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ଚିହ୍ନିତ ହୋଇଥିବା ୨୪ଜଣ ପଜିଟିଭଙ୍କ ମଧ୍ୟରୁ ୧୬ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ବାକି ୮ଜଣଙ୍କୁ ଚିକିତ୍ସାରେ ରଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଜିଲ୍ଲାରେ ପଜିଟିଭ ଚିହ୍ନଟ ହୋଇଥିବା କୌଣସି ରୋଗୀ ଦେହରେ ରୋଗର କୌଣସି ଲକ୍ଷଣ ଦେଖାଯାଇନଥିଲା, ଏଣୁ ସେମାନେ ଶୀଘ୍ର ସୁସ୍ଥହୋଇ ଘରକୁ ଫେରିବା ସୁଗମ ହୋଇଛି । ଏତଦବ୍ୟତୀତ ମାତ୍ର ଦୁଇଟିକୁ ଛାଡିଦେଇ ବାକିସବୁ ମାମଲାଗୁଡିକ କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ କରାଯାଇଥିବାରୁ ସାମାଜିକ ସଂକ୍ରମଣର ଆଶଙ୍କା କରାଯାଉନାହିଁ । ଯେଉଁ ୨ଜଣଙ୍କୁ ହୋମ ଆଇସୋଲେଶନରୁ ଚିହ୍ନଟ କରାଯାଇଛି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ୱାବ ପରୀକ୍ଷା କରାଯାଇଛି ଓ ସମସ୍ତଙ୍କ ଫଳ ନେଗେଟିଭ ଆସିଛି ।

hiranchal ad1
Leave A Reply

Your email address will not be published.

16 + 7 =