ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ଅଗ୍ନିଶମ କର୍ମଚାରୀ ଆହତ, ୨ ଗୁରୁତର

0 113

ସମ୍ବଲପୁର: ସ୍ଥାନୀୟ ଚାଉରପୁର ଗାଁ ମୁଣ୍ଡ ସ୍ଥିତ ଏକ ଚା ଦୋକାନରେ ଆଜି ପୂର୍ବାହ୍ନରେ ଘଟିତ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ନିଆଁ ଲିଭାଇବାକୁ ଯାଇ ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇ ସ୍ଥାନୀୟ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେଠାରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି । ଏଠାରେ ଉକ୍ତ ଦୁର୍ଘଟଣାରେ ବ୍ୟବହୃତ ଗ୍ୟାସ ସିଲିଣ୍ଡର ବୈଧ୍ୟ ଥିଲା କି ଅବୈଧ୍ୟ ତାହା ଆଉ ବିଚାରଣୀୟ ହୋଇନାହିଁ, ବରଂ ଏହା ଆଉ ଏକ ସମସ୍ୟା ଆଡ଼କୁ ଇଙ୍ଗିତ କରୁଛି । ଏବିଷୟରେ ନିଜ ପ୍ରତିକ୍ରିୟା ଦେଇ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ଯେ ବୁର୍ଲା ସ୍ଥିତ ଭିମସାର ହସ୍ପିଟାଲରେ ପୂର୍ବରୁ ପ୍ରତିଷ୍ଠିତ ବର୍ଣ୍ଣ ୟୁନିଟଟି ବର୍ତ୍ତମାନ କାହିଁକି କାର୍ଯ୍ୟକ୍ଷମ ହେଉ ନାହିଁ । ଏହା ଉପରେ ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶା ଏବଂ ସୀମାନ୍ତ ସ୍ଥିତ ଅନେକ ଗାଁ’ଲୋକେ ନିର୍ଭର କରିଥାନ୍ତି । ଏଭଳି ପରିସ୍ଥିତିରେ ଏହା ନିଷ୍କ୍ରିୟ ରହିବା ଚରମ ଦୁର୍ଭାଗ୍ୟର ବିଷୟ ଓ ରାଜ୍ୟ ସରକାର ଏବିଷୟରେ ସହୃଦୟତା ସହିତ ବିଚାର କରିବା ଉଚିତ । ଆଜିକାର ଘଟଣାରେ ଯଦି ସରକାରୀ କର୍ମଚାରୀ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ରହି ଯାଇଛନ୍ତି, ତା’ହେଲେ ଜନସାଧାର

hiranchal ad1
Leave A Reply

Your email address will not be published.

15 − 12 =