ବିଧାୟକଙ୍କୁ ଭିନ୍ନକ୍ଷମଙ୍କ ସ୍ମାରକପତ୍ର ପ୍ରଦାନ

0 86

ପାରଳାଖେମୁଣ୍ଡି : ମାସିକ ପେନସନ ବୃଦ୍ଧି ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କରିବା ପାଇଁ ଗଜପତି ଜିଲ୍ଲା ଶାରୀରିକ ଭିନ୍ନକ୍ଷମମାନେ ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପି ଏମ୍‌ ଏ ୱାଇ ଯୋଜନାରେ ଘର ବଣ୍ଟନ କରୁନାହାନ୍ତି । ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ପାଇଁ ଗଜପତି ଜିଲ୍ଲାର ଶାରୀରିକ ଅକ୍ଷମମାନେ ଭୁବନେଶ୍ୱର ଗସ୍ତ କରି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କୁ ଅନୁରୋଧ କରିଛନ୍ତି । ବିଧାୟକ ଶ୍ରୀ ରାଓ ଭିନ୍ନକ୍ଷମ ମାନଙ୍କ ମଙ୍ଗଳ ସକାଶେ ନିଶ୍ଚିତ ଭାବେ ବିଧାନସଭାରେ ଆବଶ୍ୟକ ପ୍ରଶ୍ନ ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ଭିନ୍ନକ୍ଷମମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

14 + nineteen =