ସିଣ୍ଡିବୁରକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲେ ଏସପି ସାରା ଶର୍ମା

0 104

ପାରଳାଖେମୁଣ୍ଡି :ସବୁବେଳେ କିଛି ନୂତନ କାମ କରି ଚର୍ଚ୍ଚାରେ ରୁହନ୍ତି ଗଜପତି ଏସପି ସାରା ଶର୍ମା କେତେବେଳେ ଭୋକିଲାକୁ ଖାଦ୍ୟ ଦେଇ ତ କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ସି ଟିମ ଗଠନ କରି । ହେଲେ ସେ ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଭୁବୁନି ପଞ୍ଚାୟତର ପାହାଡିଆ ଏକ ଆଦିବାସୀ ଅଧ୍ୟୁଷିତ ସିଣ୍ଡିବୁର ଗାଁକୁ ସେ ପୋଷ୍ୟ ଗାଁ ରୂପେ ଗ୍ରହଣ କରିଛନ୍ତି । ଏହି ଗ୍ରାମରେ ୧୯ଟି ଆଦିବାସୀ ପରିବାର ରୁହନ୍ତି ହେଲେ ଏହି ଗାଁ କୁ ରାସ୍ତା ନାହିଁ ବିଶୁଦ୍ଧ ପାନୀୟଜଳ ଏମାନଙ୍କ ପାଇଁ ସାତସପନ ଗାଁ ରେ ଗୋଟିଏ ମାତ୍ର ନଳକୂପ ହେଲେ ଖରା ଦିନେ ସେଥିରୁ ପାଣି ବାହାରେ ନାହିଁ । ସେଠାର ଲୋକଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଗାଁ ଲୋକେ ମଧ୍ୟ ଖୁସି ଅନୁଭବ କରିଛନ୍ତି । ଏବେ ସାରା ବିଶ୍ୱରେ କରୋନା ଚାଲିଛି ଏହିଭଳି ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ ଛତିଶଗଡ଼ ସ୍ଥିତ ହିଦାତୁଲ୍ଲା ନ୍ୟାସନାଲ ଲ\’ ବିଶ୍ୱ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଘର ସଦସ୍ୟମାନେ ଗଜପତି ଏସପିଙ୍କୁ ପ୍ରସ୍ତାବ ଦେଇଥିଲେ । ଏହା ପରେ ଏସପି ବିଭିନ୍ନ ସୁବିଧାରୁ ବଞ୍ଚିତଥିବା ଗାଁ ଖୋଜି ଥିଲେ । ସିଣ୍ଡି ବୁର ଗାଁକୁ ଦେଖିବା ପରେ ଲୋକ ମାନଙ୍କ ସହ ଆଲୋଚନା କରିବା ପରେ ସେ ଏହି ଗାଁ କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ମନସ୍ଥ କରିଥିଲେ ତେବେ ଏହି ଗ୍ରାମବାସୀଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ସାହାଯ୍ୟ କରିବା ପାଇଁ ଗଜପତି ଏସପି ପ୍ରତିଶୃତି ଦେଇଥିଲେ । ଗାଁର ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି । ଗ୍ରାମର ସଭା ଗୃହରେ ସମସ୍ତଙ୍କୁ ମାସ୍କ,ବିସ୍କୁଟ ବଣ୍ଟନ କରି ଗ୍ରାମବାସୀଙ୍କୁ କୋଭିଡ-୧୯ ଉପରେ ସଚେତନତା କରାଇ ଥିଲେ ।

hiranchal ad1
Leave A Reply

Your email address will not be published.

fourteen − thirteen =