ନାନପୁରରୁ ସନ୍ଦିଗ୍ଧ ପାରା ଉଦ୍ଧାର

0 51

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନାନପୁରରୁ ଏକ ସନ୍ଦିଗ୍ଧ ପାରାକୁ ଉଦ୍ଧାର କରାଯାଇଛି । ପାରା ଗୋଡରେ ତିନିଟି ରିଙ୍ଗ ରହିଛି । ଯେଉଁଥିରେ କି ଇଂରାଜୀରେ READY BSP DN ଲେଖାଯାଇଛି । ସେହିପରି ଆଉ ଏକ ରିଙ୍ଗରେ ୩୧ ଲେଖା ଯାଇଛି । ପାରା ପର ଭିତରେ ମଧ୍ୟ ଷ୍ଟାମ୍ପ ମରାଯାଇଛି । ଗତ ୮ ଦିନ ହେବ ପାରାଟି ନାନପୁର ଗ୍ରାମର ପତି ସାହୀରେ ଥିବା ରୁପେନ୍‌ ପତିଙ୍କ ଘର ଛାତ ଉପରେ ଥିବା ପାରା ଭାଡ଼ିରେ ଆସି ବସୁଥିଲା । ତେବେ ତାଂକ ପୁଅ ଏହାକୁ ଦେଖିବା ପରେ ପାରାକୁ ଆଣି ଦେଖିବା ପରେ ପାଦରେ ରିଙ୍ଗ ଲାଗିଥିବା ଓ ଇଂରାଜୀରେ କିଛି ଲେଖାଥିବା ଦେଖିଥିଲେ ରୁପେନ ପତିଙ୍କ ପୁଅ ବିକ୍ରମ ପତି । ତେବେ ପୋଲିସ୍‌ ଏହି ସନ୍ଦିଗ୍ଧ ପାରାକୁ ଜାଞ୍ଚ କରୁ ବୋଲି ସେ କହିଛନ୍ତି । ଗତ କିଛି ଦିନ ତଳେ କୋଣାର୍କ ଅଂଚଳରୁ ଏକ ସନ୍ଦିଗ୍ଧ ପାରା ଧରା ହୋଇଥିଲା । ପାରାଦୀପର କିଛି ମତ୍ସ୍ୟ ଜିବି ଏହାକୁ ସମୁଦ୍ର ଭିତରେ ମାଛ ମାରିବାକୁ ଯାଇଥିବା ବେଳେ ଉଦ୍ଧାର କରିଥିଲେ । ଏହାକୁ ପାରାଦୀପ ମେରାଇନ ପୋଲିସ୍‌କୁ ହସ୍ତାନ୍ତର ପରେ ଏହାର ତଦନ୍ତ ଆମ୍ଭ ହୋଇ ଥିଲା । ତେବେ ଏହି ଘଟଣା କିଛି ଦିନ ନ ପୁରୁଣୁ ପୁଣି ପୁରୀ ଅସ୍ତରଂଗ ଅଞ୍ଚଳରୁ ଆଉ ଏକ ସନ୍ଦିଗ୍ଧ ପାରା ଧରା ହେବା ବେଶ୍‌ ଚର୍ଚ୍ଚର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

4 + 13 =