ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କଲେ ପୂର୍ବତନ ଜିଲ୍ଲା ବିଚାରପତି

0 183

ଦଶପଲ୍ଲା : ପ୍ରଖ୍ୟାତ ସଂଗ୍ରାହକ, ପାଠାଗାରର ଆନ୍ଦୋଳନର ପୁରୋଧା ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନରେ ଆସି ପୂର୍ବତନ ଜିଲ୍ଲା ବିଚାରପତି ମହମ୍ମଦ ଅଜମଲ ଓ ପରିବାରବର୍ଗ ନିଜର ପିତା ତଥା ବିଟ୍ରିଶ ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ସ୍ୱର୍ଗତ ମହମ୍ମଦ ୟାସିନଙ୍କ ଦ୍ୱାରା ୧୯୧୮ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ବ୍ୟବହୃତ ଜର୍ମାନର ପୁରୁଣା ଟେବୁଲ ଘଣ୍ଟା, ରୂପା କାରୁକାର୍ଯ୍ୟରେ ନିର୍ମିତ ଅତର ଦାନୀ, ହାତୀ ଦାନ୍ତ ଖୋଦେଇ ହାତ ବାଡି, ପିତ୍ତଳ ନିର୍ମିତ ଗୋଲାପ ଜଳ ଛିଞ୍ଚନ ପାତ୍ର, ରୂପାରେ ନିର୍ମିତ ପୁରୁଣା ପକେଟ ଘଣ୍ଟା, ପିତ୍ତଳରେ ନିର୍ମିତ ପୁରୁଣା ଲୁଣ ଦାନି, ପୁରୁଣା ଅତର ବୋତଲକୁ ବିଚାରପତି ଓ ପରିବାରବର୍ଗ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି । ଏହି ପୁରାତନ ଜିନିଷ ଗୁଡିକୁ ଦେଖି ଆମର ପରବର୍ତ୍ତୀ ବଂଶଧର ମାନେ ନିଶ୍ଚିତ କିଛି ଅବଧାରଣା ପାଇବେ ବୋଲି ମତ ବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 4 =