୧୦ ଦଫା ଦାବିନେଇ ଓଡିଶା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

0 151

ଦଶପଲ୍ଲା : ଓଡିଶା ଡ୍ରାଇଭର ସଂଘ ତରଫରୁ ସମଗ୍ର ଓଡ଼ିଶାରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଦ୍ୱିତୀୟ ଦିନରେ ପହଞ୍ଚି ଥିବାବେଳେ ଡ୍ରାଇଭରଙ୍କ ୧୦ ଦଫା ପୂରଣ ନିମନ୍ତେ ଆଜି ଦଶପଲ୍ଲା ସମେତ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଳକରେ ଧାରଣା ଜାରି ରହିଛି । ଡ୍ରାଇଭରଙ୍କ ବାରମ୍ବାର ଅଭିଯୋଗ କରିବା ସତ୍ତେ୍ୱ ଓଡ଼ିଶା ସରକାର ୧୦ ଦଫା ଦାବି ପ୍ରତି କର୍ଣ୍ଣପାତ ନ କରିବାଯୋଗୁଁ ଗତକାଲିଠାରୁ ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଓଡ଼ିଶାର ସମସ୍ତ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି ।
ଆସନ୍ତୁ ଜାଣିବା ୧୦ ଗୋଟି ଦାବି ସଂପର୍କରେ..
୧- ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ ।
୨- ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଆଇନ ତିଆରି କରାଯାଉ ।
୩- ୫୫ ବର୍ଷ ପରେ ପେନସନ ୫ ହଜାର ଦିଆଯାଉ ଓ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଉ ।
୪- ଡ୍ରାଇଭରମାନଙ୍କ ଗାଡ଼ି ପାର୍କିଂ ଓ ବିଶ୍ରାମ ନିମନ୍ତେ ୧୦୦ କିମି ଦୂରତାରେ ବିଶ୍ରମଗାର ନିର୍ମାଣ କରାଯାଉ ।
୫- ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ଓ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ, ଦୁର୍ଘଟଣାଜନିତ ଚିକିତ୍ସା ନିମନ୍ତେ ୫ ଲକ୍ଷ ପ୍ରଦାନ କରାଯାଉ ।
୬- ଡ୍ରାଇଭରମାନଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଓ ଗାଡି ଚଲେଇବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଉ ।
୭- ଡ୍ରାଇଭର ମାନଙ୍କୁ ଦିତୀୟ ସୈନିକର ମାନ୍ୟତା ଦିଆଯାଉ ।
୮- ଡ୍ରାଇଭରଙ୍କ ପିଲାଙ୍କ ଉଚ୍ଚଶିକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଉ ।
୯- ଡ୍ରାଇଭରଙ୍କୁ ରାଜ ରାସ୍ତାରେ କାଗଜପତ୍ର ଯାଞ୍ଚ ଆଳରେ ପ୍ରଶାସନ ପକ୍ଷରୁ ହଇରାଣ ନକରାଯାଉ ।
୧୦- ଲାଇସେନ୍ସ ପାଇଁ ଯେଉଁ ୧୫ ହଜାର ଟଙ୍କା କରାଯାଇଛି ତାହା କମ କରାଯାଉ,କାରଣ ଡ୍ରାଇଭର ଗରିବ ଶ୍ରେଣୀର ଅଟନ୍ତି ।
ଏହି ଦାବି ଗୁଡିକ ପୁରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ଷ୍ଟିୟରିଂ ଛାଡ଼୍‌ ଆନ୍ଦୋଳନ ଜାରିରହିବ ବୋଲି ଓଡିଶା ଡ଼୍ରାଇଭର୍‌ ମହାସଂଘ ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

4 × three =