ମାରଡ଼ା ଓ ଅତଲସରାରେ ପ୍ରାଣୀସ୍ୱାସ୍ଥ୍ୟ ଶିବିର ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର

0 175

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀପାଳନ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକର ବନାନିବେଷ୍ଟିତ ଦୁର୍ଗମ ମାରଡ଼ା ଓ ଅତଲସରାରେ ଦୁଇଟି ପ୍ରାଣୀଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ବୀରେନ୍ଦ୍ର କୁମାର ପୃଷ୍ଟିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ପ୍ରଭାସ କୁମାର ବେହେରା, ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟବ୍ରତ ବେହେରା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ପ୍ରତିଭା ପାଢ଼ୀ, ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର ଏବଂ ମନୋଜ ମହାପାତ୍ର ଯୋଗଦାନ କରି ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ର କୁସଙ୍ଗ ରେଞ୍ଜ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଡେପୁଟି ରେଞ୍ଜର ଲକ୍ଷ୍ମୀନାରାୟଣ ପଣ୍ଡା ତାଙ୍କ ବିଭାଗର କର୍ମଚାରୀ ମାନଙ୍କ ସହ ଉପସ୍ଥିତ ରହି ପ୍ରାଣୀପାଳକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ବନଖଣ୍ଡର ଜିଲ୍ଲା ବନାଞ୍ଚଳ ଅଧିକାରୀ ଦେବପ୍ରିୟ କମ୍ପ ଓ ଫାଲଗୁନି ସାରଥୀ ମଲ୍ଲିକ ଉପସ୍ଥିତ ରହି କର୍ମଚାରୀ ମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ ଏବଂ ଖୁବ୍‌ଶୀଘ୍ର ଅତଲସରାରେ ଦୁଗ୍ଧ ସମବାୟ ସମିତି ସ୍ଥାପନ କରିବା ପାଇଁ ଏବଂ ଅଞ୍ଚଳରେ ଦୁଗ୍ଧ ଉତ୍ପାଦନ କରିବା ପାଇଁ ଡ଼ା. ପୃଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆୟୋଜିତ ଉକ୍ତ ସଭାରେ ପ୍ରାଣୀ ସ୍ୱାସ୍ଥ୍ୟ ତଥା ଆସନ୍ନ ଗ୍ରୀଷ୍ମ ପ୍ରବାହରୁ ପ୍ରାଣୀ ମାନଙ୍କୁ ସୁରକ୍ଷା କରିବା ବିଷୟରେ ଆଲୋଚନା କରାଯାଇଥିଲା । ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟର ଅମରେଶ୍ୱର ମହାକୁଡ଼, ଲକ୍ଷ୍ମଣ ମଲ୍ଲିକ, ସଞ୍ଜୟ ସାହୁ, ରଞ୍ଜନ ଅମାତ, ସହଦେବ ବାଘ ଏବଂ ଗ୍ରାମର ସ୍ୱେଚ୍ଛାସେବୀ ଅକ୍ଷୟ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × three =