୨ ହାଇୱାକୁ ଲକ୍ଷାଧିକ ଟଙ୍କାର ଜୋରିମାନା

0 179

ହରଭଙ୍ଗା : ବୌଦ୍ଧ ଆରଟିଓ ପକ୍ଷରୁ ରବିବାର ଦିନ ୨ଟି ବାଲି ବୋଝେଇ ହାଇୱାକୁ ଅଟକାଇ ବାଲି ଓଭରଲୋଡିଂ ନେଇ ଜୋରିମାନା ପକାଇ ଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ମହାନଦୀ ଘାଟରୁ (ଓଡି ୧୨ ଡି ୭୨୩୧) ଅନ୍ୟଟି (ଓଡି ୧୨ଏ ୮୯୭୨) ନାମକ ଦୁଇଟି ହାଇୱାରେ ଫୁଲବାଣୀକୁ ବାଲି ନେଇ ଯାଉଥିବା ସମୟରେ ବୌଦ୍ଧ ଆରଟିଓ ହାବୁଡ଼ରେ ପଡିଥିଲ । ଗାଡିର କାଗଜପତ୍ର ଓ ବାଲି ଚାଲାଣର ସମସ୍ତ କାଗଜପତ୍ର ଠିଥିଲେ ମଧ୍ୟ ହାଇୱାରେ ଆବଶ୍ୟକତା ଠାରୁ ଅତ୍ୟଧିକ ବାଲି ଲୋଡିଂ ଥିବା ନେଇ ୧ଲକ୍ଷ ୧୦ହଜାର ଟଙ୍କାରୁ ଉଦ୍ଧ୍ୱର୍ ଜୋରିମାନା ହୋଇଥିବା ନେଇ ଜଣାପଡିଛି । ଉଭୟ ଗାଡିକୁ ଜବତ କରି ପୁରୁଣାକଟକ ପୋଲିସକୁ ଜିମା ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twenty − 15 =