ବାଲୁକା କଳା ମାଧ୍ୟମରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

0 50

ପୁରୀ : ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଅନୁଷ୍ଠାନ, ବଡ ବଡ଼ ହୋଟେଲ୍‌ ପକ୍ଷରୁ ଏହି ପଖାଳ ଦିବସକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଉଛି । ଏହି ଅବସରରେ ବିଶ୍ୱ ପଖାଳ ଦିବସର ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍‌ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ବିଶ୍ୱ ପଖାଳ ଦିବସର ଶୁଭେଛା ଦେଇଛନ୍ତି । ପ୍ରତ୍ୟେକ ଓଡିଆ ଏହାକୁ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ବାଲିରେ ଅତି ଚମତ୍କାର କଳାକୃତି କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ବାଲିରେରେ ପଖାଳ, ଦହି ପଖାଳ, ବଡି ଚୁରା, ବାଇଗଣ ପୋଡ଼ା, ଆଳୁ ଭର୍ତା, ଶାଗ କଳାକୃତି ଅତି ନିଖୁଣ ଭାବରେ କରିଛନ୍ତି । ଯାହାକୁ ଦେଖୀ ସମସ୍ତେ ଅଭିଭୂତ ହେଉଛନ୍ତି ।

hiring

ପ୍ରତିବର୍ଷ ବିଶ୍ୱ ପଖାଳ ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଜଣାଇଥାନ୍ତି । ତେବେ ବିଶ୍ୱ ପଖାଳ ଦିବସ କେବେ ଓ କିଏ ଆରମ୍ଭ କରିଥିଲା ତାହାର ସଠିକ୍‌ ତଥ୍ୟ ନାହିଁଁ । ତେବେ ଗତ କିଛି ବର୍ଷ ହେବ ସୋସିଆଲ ମିଡ଼ିଆରେ ମାର୍ଚ୍ଚ ୨୦ ତାରିଖ କୁ ବିଶ୍ୱ ପଖାଳ ଦିବସ ନେଇ ଟ୍ରେଣ୍ଡ କରିବା ପରେ ଏହା ଧୀରେ ଧୀରେ ଆଦୃତ ହେବାରେ ଲାଗିଚି । ଓଡ଼ିଶାର ଏକ ପ୍ରମୁଖ ଖାଦ୍ୟକୁ ସାରା ବିଶ୍ୱରେ ପରିଚିତ କରାଇବା ପାଇଁ କିଛି ଅନୁଷ୍ଠାନ ଗତ କିଛି ବର୍ଷ ହେବ ବିଶ୍ୱ ପଖାଳ ଦିବସ ଆୟୋଜନ କରି ଏହାକୁ ପାଳନ କରୁଛନ୍ତି । ଏବେ ଏହାକୁ ଅନୁସରଣ କରି ବିଭିନ୍ନ ହୋଟେଲ୍‌ ଗୁଡିକରେ ପଖାଳ ଦିବସ ଅବସର ରେ ଭଳିକି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ କରି ପଖାଳ ଲୋକଙ୍କୁ ପରସୁଛନ୍ତି । ବିଶ୍ୱ ପଖାଳ ଦିବସ ଦିନକୁ ଦିନ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

10 + one =