ପୁରୁଣାକଟକ ପ୍ୟାକ୍ସରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ ଋଣମେଳା

0 158

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ଅଜିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏଆରସିଏସ ମଙ୍ଗଲ ସୋରେନ ଯୋଗ ଦେଇଥିବା ବେଳେ ସମବାୟ ବ୍ୟାଙ୍କ ପୁରୁଣାକଟକ ଶାଖା ପରିଚାଳକ ସୌମ୍ୟଜିତ ନାଏକ, ସମ୍ପାଦକ ପ୍ରଦୀପ କୁମାର ଅମାତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ୟାକ୍ସ ସମ୍ପାଦକ ଶ୍ରୀ ଅମାତ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା କୃଷି ଋଣ ଦ୍ୱାରା ଚାଷୀ ମାନେ କିପରି ଉପକୃତ ହେବେ ସେନେଇ ଏଆରସିଏସ ଶ୍ରୀ ସୋରେନ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଦୁଇଟି ମହିଳା ଗ୍ରୁପ ଓ ୩ ଜଣ ଚାଷୀଙ୍କୁ ଋଣ ପ୍ରଦାନ ସହ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାକ୍ସ ସଭାପତି ଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ିଇଓ ଶ୍ରାବଣ ଦାସ, ଶୁଶାନ୍ତ ମାଝୀ, କେଶବ ପ୍ରଧାନ ସମେତ ସମସ୍ତ ନିର୍ଦ୍ଦେଶକ ଓ ବହୁ ସଂଖ୍ୟାରେ ଚାଷୀ ମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

20 − 17 =