ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

0 43

ନବରଙ୍ଗପୁର: ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ରଙ୍ଗମାଟିଗୁଡା ୟୁଯିଏମଇ, ବିଦ୍ୟାଳୟ, ନବରଙ୍ଗପୁର ଆଇନଜୀବୀ, ପାରା ଲିଗାଲ ସଦସ୍ୟ ଏବଂ ରଙ୍ଗମାଟିଗୁଡା ଗ୍ରାମବାସୀଙ୍କୁ ନେଇ SC & ST Prevention of Atrocities Act ଏବଂ ସ୍ଥାୟୀ ଲୋକ ଅଦାଲତ ଓ ସାର୍ବଜନିକ ଉପଯୋଗୀତା ସେବା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ଜନକ ରାଉତ ସ୍ଥାୟୀ ଲୋକ ଅଦାଲତ ଓ ସାର୍ବଜନୀକ ଉପଯୋଗୀତା ସେବା ବିଷୟରେ ସଚେତନ କରିଥିଲେ । ନନ୍ଦାହାଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ଆଇନଜୀବୀ ରାଜ କିଶୋର ନାଗ, ଆଇନଜୀବୀ କିଶୋରୀ ପଟ୍ଟନାୟକ ଓ ଜିଲ୍ଲା ପରିଷଦ ନନ୍ଦାହାଣ୍ଡି ବ୍ଲକ ଦିବ୍ୟଦାନ ସୁନା ଭାଗନେଇ ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twenty − 5 =