ଆସନ୍ତାକାଲିଠାରୁ ଜାତୀୟ ନାଟକ ମହୋତ୍ସବ

0 100

ପୁରୀ :ରଙ୍ଗଶାଳା ଆନୁକୁଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୨୨ତାରିଖଠାରୁ ଅନୁଷ୍ଠିତ ହେଉଛି ତ୍ରୟୋଦଶ ତମ ଜାତୀୟ ନାଟକ ମହୋତ୍ସବ । ଏହି ମହୋତ୍ସବରେ ସୁଦୂର ଆସାମର ଗୋଟିଏ ନାଟ୍ୟଦଳ ସମେତ ଓଡ଼ିଶାର ତିନୋଟି ନାଟ୍ୟାନୁଷ୍ଠାନ ନାଟକ ପରିବେଷଣ କରିବେ ବୋଲି ରଙ୍ଗଶାଳା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରଙ୍ଗଶାଳାର ସଭାପତି ଗିରିଶ ନାୟକ, କାର୍ଯ୍ୟକାରୀ ସଭାପତି ବଳରାଜ୍‌ ତ୍ରିପାଠୀ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭରତ ନାୟକ ଏବଂ ନିର୍ଦ୍ଦେଶକ ବିକ୍ରମ ସାହୁ ପ୍ରମୁଖ ଏ ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ୪ଦିନ ଧରି ଏହି ଉତ୍ସବରେ ୪ଟି ନାଟକ ପରିବେଷଣ କରାଯିବ । ମହୋତ୍ସବରେ ଦେବାନନ୍ଦ ନାୟକଙ୍କୁ ନାଟ୍ୟ ସଂଜୀବନୀ ବ୍ୟୋମକେଶ ସମ୍ମାନ ଏବଂ ଲକ୍ଷ୍ମୀଧର ମିଶ୍ର, ପ୍ରସନ୍ନ ମିଶ୍ର,ବାଞ୍ଛାନିଧି ପଟ୍ଟନାୟକ, ପଞ୍ଚାନନ ଦାସ, ସତ୍ୟ ଦାସ, ଜିତେନ୍ଦ୍ର ମହାନ୍ତି, ବିଶ୍ୱନାଥ ମିଶ୍ର ଏବଂ ମନୋରମା ମହାନ୍ତିଙ୍କୁ ରଙ୍ଗଶାଳା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =