୫ ଦିନ ହେଲା ଅନ୍ଧାରରେ ୭ଟି ଆଦିବାସୀ ବହୁଳ ପଞ୍ଚାୟତବାସୀ

0 121

ଦଶପଲ୍ଲା : ବିଜୁଳି ଖେଳୁଛି ଲୁଚକାଳି। ବିଦ୍ୟୁତ୍‌ ନ ଥିବାରୁ ମୋବାଇଲ ସେବା ହୋଇଛି ଅଚଳ। ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ରହୁଥିବା ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ ଟାକରା, କୁଲୁରୁକୁମ୍ପା, ବାଣୀଗୋଛା, କୁଜାମେଣ୍ଢି, ଚଡେୟାପଲ୍ଲୀ, କଳସାଖମଣ ଏବଂ ନୂଆଗାଁ ପଞ୍ଚାୟତରେ ସଞ୍ଜ ନଇଁଲେ ପଡୁଛି ତାଟି କବାଟ। ବନ ପାହାଡ଼ ଘେରା ଅଂଚଳ ମଧ୍ୟରେ ବସବାସ କରୁଥିବା ହଜାର ହଜାର ପରିବାର ଏକପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି । ଏହାର ସେକ୍ସନ କାର୍ଯ୍ୟାଳୟଟି ଦଶପଲ୍ଲା ବ୍ଲକ୍‌ଠାରୁ ୨୦ କିମି ଦୂର ହୋଇଥିବା ବେଳେ ଏହି ପଞ୍ଚାୟତଠାରୁ ପ୍ରାୟ ୭୦/୮୦ କିମି ଦୂର । ଯୋଗାଯୋଗ କରିବାକୁ କୌଣସି ସୁବିଧା ନଥିବା ହେତୁ ବିଦ୍ୟୁତ୍‌ ବିଭାଗ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ବଡ଼କଥା ହେଉଛି ବିଦ୍ୟୁତ୍‌ ସେବା ବିଛିନ୍ନ ହେଲେ ଚଡେୟାପଲ୍ଲୀ ଏବଂ କଳସାଖମଣରେ ଥିବା ମୋବାଇଲ୍‌ ଟାୱାର ଠପ୍‌ ହୋଇପଡ଼ୁଛି । ଏଥିସହିତ ଚଢେୟାପଲ୍ଲୀ ଓ ବାଣୀଗୋଛା ଠାରେ ଥିବା ବ୍ୟାଙ୍କ୍‌ ସେବା ମଧ୍ୟ ବନ୍ଦ ହେଉଛି । ଏସବୁ ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଏଭଳି ବିଦ୍ୟୁତ୍‌ କାଟ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସଞ୍ଜ ନଇଁଲେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜରୁରୀକାଳୀନ ସମୟରେ କାହା ସହିତ ଯୋଗାଯୋଗ ମଧ୍ୟ ହୋଇ ପାରୁନି । ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବାପାଇଁ ଦଶପଲ୍ଲା ପଶ୍ଚିମାଞ୍ଚଳବାସୀ ଦୃଢ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 6 =