ତିଲେଶ୍ୱର ସମବାୟ ସମିତି ଲିଃ ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0 180

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ସେବା ସମବାୟ ସମିତି ଲିଃରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ସ୍ଥାନୀୟ ବୁରୁବୁଡା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଉପନିବନ୍ଧକ ସମବାୟ ସମିତି ସମୂହ ବୌଦ୍ଧ ଯୁଗୋଳ କିଶୋର ଦାସ, ସମ୍ମାନିତ ଅତିଥିଭାବେ ଏଆରସିଏସ ମଙ୍ଗଲ ସୋରେନ , ପୁରୁଣାକଟକ ସେବା ସମବାୟ ଶାଖାର ଶାଖା ପରିଚାଳକ ସୁବାସ ନାଏକ, ସମିତି ସମ୍ପାଦକ ଶୁଭ୍ରଜିତ ପ୍ରଧାନ, ପୁରୁଣାକଟକ ପ୍ୟାକ୍ସ ସମ୍ପାଦକ ପ୍ରଦୀପ କୁମାର ଅମାତ, ଲୁଣିବାହାଲ ପ୍ୟାକ୍ସ ସମ୍ପାଦକ ସଂଜୀବ ପ୍ରଧାନ, ସଫଳ ଚାଷୀ ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ୟାକ୍ସ ସମ୍ପାଦକ ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା କୃଷି ଋଣ ଦ୍ୱାରା ଚାଷୀ ମାନେ କିପରି ଉପକୃତ ହେବେ ସେନେଇ ଏଆରସିଏସ ଶ୍ରୀ ସୋରେନ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଦୁଇଟି ମହିଳା ଗ୍ରୁପ ଓ ୫ ଜଣ ଚାଷୀଙ୍କୁ ଋଣ ପ୍ରଦାନ ଓ ମାନପତ୍ର ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଫଳ ୫ଜଣ ଚାଷୀଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ୟାକ୍ସ ସଭାପତି ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ିଇଓ ବିରୁପାକ୍ଷ ଦେହୁରୀ, ମିକୁନ ବାରିକ, ବସନ୍ତ ପ୍ରଧାନ, ଲବକିଶୋର ଯୋଶୀ ସମେତ ସମସ୍ତ ନିର୍ଦ୍ଦେଶକ ଓ ବହୁ ସଂଖ୍ୟାରେ ଚାଷୀମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

1 × three =