ଟିଡିସିସି ଉପାଧ୍ୟକ୍ଷ ହେଲେ କନ୍ଧମାଳର ଦିଲ୍ଲୀପ ପ୍ରଧାନ

0 154

ଫୁଲବାଣୀ/ବାଲିଗୁଡା: ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ନିର୍ବାଚନରେ କନ୍ଧମାଳର ଦିଲ୍ଲୀପ ପ୍ରଧାନ ରାଜ୍ୟ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିଗମ ପକ୍ଷରୁ ଜାରୀ ବିଜ୍ଞପ୍ତି ପ୍ରକାରେ ବିଭିନ୍ନ ପଦବୀ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ସୁନ୍ଦରଗଡର ଚମେଲୀ ଓରାମ ନିଗମର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଦିଲ୍ଲୀପ ପ୍ରଧାନ ଉପସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଦିଲ୍ଲୀପଙ୍କ ଘର ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତର କୁମ୍ଭାରମୁଣ୍ଡା ଗ୍ରାମ । ଦିଲ୍ଲୀପ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ରହିଛନ୍ତି । ସେ ବର୍ତ୍ତମାନ ଦାରିଙ୍ଗବାଡି ବ୍ଲକ ବିଜେଡିର କାର୍ଯ୍ୟକାରୀ ସଭାପତି ରହିବା ସହ ଲ୍ୟାମ୍ପସର ମଧ୍ୟ ସଭାପତି ଅଛନ୍ତି । ଦିଲ୍ଲୀପ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିର୍ବାଚିତ ହେବା ପରେ ତାଙ୍କୁ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

hiranchal ad1
Leave A Reply

Your email address will not be published.

seventeen + 9 =