ପାଲଝାର ଫାର୍ମ ଦୁର୍ନୀତି – ନାବାଳିକା, ବୟସ୍କ ଓ ଜିଲ୍ଲାବାହାର ଶ୍ରମିକଙ୍କ ନାମରେ ମଷ୍ଟରରୋଲ !

0 656

ବୌଦ୍ଧ,୨୦/୬(ହୀ.ପ୍ର)- ବୌଦ୍ଧଜିଲ୍ଲା କୃଷିବିଭାଗ ଦ୍ୱାରା ପରିଚାଳିତ ପାଲଝାର କୃଷି ଫାର୍ମରେ ବର୍ଷବର୍ଷ ଧରି ଚାଲିଥିବା କୋଟିକୋଟି ଟଙ୍କାର ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏହି ଫାର୍ମରେ କୃଷିବିଭାଗର ୩ଜଣ ସ୍ଥାୟୀ ଶ୍ରମିକ ଥିବାବେଳେ ଧାନଚାଷ ସମୟରେ ଅନ୍ୟାନ୍ୟ କାର୍ଯ୍ୟପାଇଁ ଶ୍ରମିକ ମଜୁରୀ ବାବଦରେ ପ୍ରାୟ ୧୬ଲକ୍ଷରୁ ଅଧିକ ଟଙ୍କା ବିଭାଗ ଖର୍ଚ୍ଚ କରିଥାଏ । କୃଷି ଶ୍ରମିକ ନିୟୋଜନରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଘଟଣା ଏବେ ଲୋକଲୋଚନକୁ ଆସିଛି । ଏରେଡା, କନକପୁର ଆଦି ଗ୍ରାମର ଶ୍ରମିକମାନେ ଯେତେଦିନ କାମ କରିଛନ୍ତି ତା ଠାରୁ ଅଧିକ ଦିନର ମଜୁରୀ ତାଙ୍କ ଜମାଖାତାକୁ ଆସିଥିବା ଓ ଫାର୍ମ ଅଧୀକ୍ଷକ ସ୍ଥାନୀୟ ଅଞ୍ଚଳର ଜଣେ ସ୍ଥାୟୀ ଶ୍ରମିକ ଜରିଆରେ ସେସବୁ ଶ୍ରମିକଙ୍କ ଠାରୁ ଫେରସ୍ତ ଆଣୁଥିବାର ଅଭିଯୋଗ କରିଛନ୍ତି ।

hiring

ସବୁଠାରୁ ଅତିରୋଚକ କଥା ହେଉଛି କୃଷି ଶ୍ରମିକମାନଙ୍କ ଯେଉଁ ହାଜିରା ଖାତା (ମଷ୍ଟରରୋଲ) ପ୍ରସ୍ତୁତ କରାଯାଇଛି ସେଥିରେ ଅନେକ ନାବାଳକ/ନାବାଳିକା, ବୃଦ୍ଧବୃଦ୍ଧା ଆଦିଙ୍କ ନାମ ମଧ୍ୟ ରହିଛି । ୧୮ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୃଷି ଶ୍ରମିକ ଭାବେ ହାଜିରା ଖାତାରେ ଦର୍ଶାଯାଇଛି । ଆଶ୍ଚର୍ଯ୍ୟର କଥା ଏହା ଯେ ୩୦ ହେକ୍ଟର ଜମିରେ ଧାନଚାଷ କରିବାକୁ ଟ୍ରାକ୍ଟର, ଧାନ, ଅମଳଯନ୍ତ୍ର ବାବଦରେ ପ୍ରାୟ ୫ଲକ୍ଷ ଟଙ୍କା ବିଲ୍ କରାଯାଇଥିବାବେଳେ ସେହି ସମାନ କାମପାଇଁ କୃଷି ଶ୍ରମିକ ନିଯୁକ୍ତ କରିଥିବା ଉଲ୍ଲେଖ କରାଯାଇଛି । ଉଦାହରଣସ୍ୱରୁପ ଧାନଅମଳ ମେସିନ ଧାନକାଟିବା, ଅମଳ କରିବା ଆଦି କାମ କରିଥିବାବେଳେ ଶ୍ରମିକଙ୍କ ଦ୍ୱାରା ଏ ସମାନ କାମ କରାଯାଇ ଲକ୍ଷଲକ୍ଷ ଟଙ୍କାର ମିଥ୍ୟା ମଜୁରୀ ହଡପ କରିଛନ୍ତି ବିଭାଗୀୟ ଅଧିକାରୀମାନେ । ଶ୍ରମିକ ଲାଇସେନସ ଥିବା କୌଣସି ସଂସ୍ଥା ଜରିଆରେ ଶ୍ରମିକ ବିନିଯୋଗ ପାଇଁ ସରକାରୀ ନିୟମ ଥିଲେ ତାହାକୁ ଏଠାରେ ଉଲ୍ଲଂଘନ କରାଯାଇଛି । କୃଷିଶ୍ରମିକ ଭାବରେ କାର୍ଯ୍ୟକରିଥିବା ଦର୍ଶାଇ କନ୍ଧମାଳ, ଅନୁଗୁଳ ଓ ବାହାର ଜିଲ୍ଲାର ଶ୍ରମିକମାନଙ୍କ ନାମରେ ମଷ୍ଟରରୋଲ ପ୍ରସ୍ତୁତକରି ତାଙ୍କ ବ୍ୟାଙ୍କ ଜମାଖାତାକୁ ମଜୁରୀ ଅର୍ଥ ପଠାଇ ତାକୁ ହଡପ କରୁଥିବା ଅଭିଯୋଗ ହୁଏ ।

କୃଷିବିଭାଗ ପାଲଝାର ଫାର୍ମର ଦୁର୍ନୀତିର ତଦନ୍ତ ଭାର ଭିଜିଲାନ୍ସ ବିଭାଗକୁ ଦେଲେ ସମସ୍ତ ଦୁର୍ନୀତି ଧରାପଡିବାସହ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଦଣ୍ଡ ପାଇପାରିବେ ବୋଲି ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eighteen − 1 =