କୋଭିଡ୍ କେୟାର ସେଣ୍ଟର୍ ରେ ଯୁବକଙ୍କ ଆତ୍ମହତ୍ୟା

0 347


ବାଲିଗୁଡ଼ା: କୋଭିଡ୍ କେୟାର ସେଣ୍ଟର୍ ରେ ଯୁବକଙ୍କ ଆତ୍ମହତ୍ୟା । ରାଜ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ ଆଶ୍ରମ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର୍ ରେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ,ଥାନା ଅଧିକାରୀ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ ମୃତକଙ୍କ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ୍ । ସେପଟେ ଯୁବକ ଜଣକ ହାଇଦ୍ରାବାଦରୁ ଆସିଥିଲେ ଏବଂ ବାଲିଗୁଡା କୋଭିଡ୍ କେୟାର ସେଣ୍ଟର୍ କୁ ଗତ ୧୩ ତାରିଖରେ ଆସିଥିଲେ । ମୃତକଙ୍କ ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଆଜି ଭୋର୍ ସମୟରେ ଯୁବକ ଜଣକ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଡକାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ମୃତକଙ୍କ ଶବଦାହ କରାଯାଇଛି । ସ୍ବାବ୍ ରିପୋର୍ଟ ଆସିଲେ ମୃତକ କରୋନା ଆକ୍ରାନ୍ତ କି ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ।

hiranchal ad1
Leave A Reply

Your email address will not be published.

eight + 1 =