ପାଇପ ବୋଝେଇ 2 ଟ୍ରଲର ମଧ୍ୟରେ ଧକ୍କା, ରାସ୍ତା ଜାମ୍

0 1,650

hiring

ବୌଦ୍ଧ – ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି କଲେଜ୍ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପ୍ଲାଷ୍ଟିକ ପାଇପ ନେଇ ଆସୁଥିବା ଦୁଇଟି ଟ୍ରଲର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ ଅଂଚଳରୁ ଖୁଣ୍ଟବନ୍ଧ ନିକଟରେ ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଳ୍ପକୁ ପାଇପ ନେଇ ଆସୁଥିବା ସିଜି 07 7151 ନମ୍ବର୍ ବିଶିଷ୍ଟ ଗୋଟିଏ ଟ୍ରଲର୍ ଆଗରେ ଯାଉଥିବା ଆଉ ଗୋଟିଏ ଟ୍ରଲରକୁ ପଛ ପାଖରୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ଉଭୟ ଟ୍ରଲରର କ୍ଷତି ହୋଇଥିବା ବେଳେ ଧକ୍କା ଦେଇଥିବା ଟ୍ରଲରଟି ରାସ୍ତା ମଝିରେ ଅଟକି ରହିଛି | ରାସ୍ତାରେ ଯାତାୟତ କରୁଥିବା ଭାରୀଯାନ ଗୁଡିକ ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି l ଏ ଦୁର୍ଘଟଣା ଭୋର 4 ଘଣ୍ଟା ସମୟରେ ହୋଇଥିବା ପ୍ରତ୍ୟକ୍ଷଦର୍ଶିଙ୍କ ସୂତ୍ରରୁ ପ୍ରକାଶ l

hiranchal ad1
Leave A Reply

Your email address will not be published.

nine + 7 =