କେବେ ସୁଧୁରିଲା ନାହିଁ ବହିରା – ତେନ୍ତୁଲିପାଲି ରାସ୍ତା

0 431

ବୌଦ୍ଧ – ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତର ବହିରା ଏମ. ଇ. ସ୍କୁଲ ଠାରୁ ପୁରୁଣା ବହିରା ଦେଇ ତେନ୍ତୁଳି ପାଲି ଗ୍ରାମକୁ ଯାଇଥିବା ରାସ୍ତାରେ ଟିକିଏ ବର୍ଷା ହେଲେ ଯିବା ଆସିବା କରିବା କଷ୍ଟକର ହୋଇଥାଏ | ପ୍ରତିବର୍ଷ ବ୍ଲକ୍ ଓ ଗ୍ରାମ ପଂଚାୟତ ତରଫରୁ ଲକ୍ଷ ଲକ୍ଷ ଟଂକାର କାମ କରାଯାଉଥିଲେ ମଧ୍ୟ ରାସ୍ତା କେବେ ସୁଧୁରିବାର ନାମ ଧରୁନାହିଁ l ଏ ରାସ୍ତା ସ୍ଥାନିୟ ରାଜନୈତିକ ଦଳର ନେତା, କର୍ମୀ,କୁଜି ଠିକାଦାର ମାନଂକପାଇଁ ଭାତ ହାଣ୍ଡି ହୋଇଛି | ଅନେକ ଲୋକ ଏ ରାସ୍ତାରେ କାମ କରି ଚଳି ଯାଉଥିବା ବେଳେ ରାସ୍ତାର ଅବସ୍ଥା କିନ୍ତୁ କେବେ ସୁଧୁରିବାର ନାମ ନାହିଁ l କିଛି ଦିନ ତଳେ ବହିରା ଗ୍ରାମ ପଂଚାୟତ ତରଫରୁ ଏ ରାସ୍ତାରେ ମାଟି କାମ ହୋଇଥିଲା | ବର୍ତ୍ତମାନ ବର୍ଷା ଆସି ଯାଇଥିବାରୁ ରାସ୍ତା କାଦୁଅ ପଚପଚ ହେଉଛି l ଯାନବାହାନ ତ ଦୂରର କଥା ଚାଲି କରି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡିଛି l ମାଟି କାମ ପରେ ରାସ୍ତାରେ ମୋରମ ବିଛା ଯାଇନଥିବା ଯୋଗୁଁ ଏଭଳି ଅବସ୍ଥା ହେଉଥିବା ଅଭିଯୋଗ ହୁଏ | ବ୍ଲକ୍ ପ୍ରଶାସନ ତୁରନ୍ତ ରାସ୍ତାକୁ ଚଳନ ଉପଯୋଗୀ କରାଇବାକୁ ଜନସାଧାରଣରେ ଦାବୀ ହେଉଛି l

hiring

hiranchal ad1
Leave A Reply

Your email address will not be published.

seven + 10 =