ଭିମସାରରେ କରୋନା ସଂକ୍ରମଣ ଆଶଙ୍କା

0 119

ସମ୍ବଲପୁର : ସମଗ୍ର ପଶ୍ଚିମ ଓଡ଼ିଶାରେ ଏକମାତ୍ର ଉଚ୍ଚ ଚିକିତ୍ସା ଓ ରେଫରେଲ ସେଣ୍ଟର ରୂପେ ପରିଚିତ ଭିମସାରରେ ଆଉଥରେ କରୋନା ସଂକ୍ରମଣ ଆଶଙ୍କା ଦେଖାଯାଇଛି । ଏହାର ପଲମ୍ୟୁନାରୀ ମେଡିସିନ ବିଭାଗରେ ଗତକାଲି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାର ପୂର୍ବ ଦିନ ହୃଦରୋଗ ବିଭାଗ ରେ ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କୁ କରୋନା ପଜିଟିଭ ଚିହ୍ନଟ କରାଗଲା ପରେ ଗତକାଲି ସନ୍ଧ୍ୟାରେ ତାହାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏହି ତିନୋଟି ମାମଲାରେ ଅସାବଧାନତାବଶତଃ କିଛି ଡାକ୍ତର ଓ ନର୍ସଙ୍କ ସହିତ ଆଖପାଖ ରୋଗୀ ଓ ସେମାନଙ୍କ ପରିଜନ ସଂସ୍ପର୍ଶରେ ଆସିଛନ୍ତି । ପୁଣି ଉକ୍ତ ରୋଗୀଙ୍କ ପାଖରେ ଚିକିତ୍ସାରତ ୬ଜଣ ରୋଗୀ ସୁସ୍ଥହୋଇ ଘରକୁ ଗଲେଣି । ଏପରି ପରିସ୍ଥିତିରେ ସେମାନଙ୍କ ସମସ୍ତଙ୍କ ସମ୍ପର୍କ ସୂଚୀ ପ୍ରସ୍ତୁତ କରିବା କାଠିକର ପାଠ ହୋଇ ପଡିଛି । ଏହା ପୂର୍ବରୁ ଗତ ୧୧ତାରିଖରେ ରାଉରକେଲା ଆଇଜିଏଚରୁ ଏଠାକୁ ଅଣାଯାଇଥିବା ଏକ ପ୍ରସୂତୀଙ୍କ ଦେହରେ କରୋନା ଲକ୍ଷଣ ବାହାରିଥିଲା ଓ ତାଙ୍କର ସ୍ୱାବ ପରୀକ୍ଷା ପଜିଟିଭ ବାହାରି ଥିବାରୁ ଭିମସାରରେ ହଇଚଇ ସୃଷ୍ଟି ହୋଇଥିଲା । ଭିମସାରକୁ ପଶ୍ଚିମ ଓଡ଼ିଶାରେ କରୋନା ନୋଡାଲ ସେଣ୍ଟର ଘୋଷିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେଠାରେ ଅପେକ୍ଷିତ ସମନ୍ୱୟ ର ଅଭାବ ଦେଖାଯାଉଛି । ପୁଣି ଏସବୁ ମାମଲାରେ ଭିମସାରର କୋଭିଡ-୧୯ ସ୍କ୍ରିନିଙ୍ଗ ବ୍ୟବସ୍ଥା ଉପରେ ସ୍ଥାନୀୟ ଲୋକମାନଙ୍କ ଶଙ୍କା ହେବା ସ୍ୱାଭାବିକ ବୋଲି ଲୋକେ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + three =