ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୨୫ ରେ ପହିଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଉ ୯ଜଣଙ୍କ ଚିକିତ୍ସା ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିକାର ଦୁଇଟି ଯାକ କରୋନା ପଜିଟିଭ ତମିଲନାଡୁର କାଞ୍ଚିପୁରମରୁ ଆସିଥିଲେ ଓ ସେମାନଙ୍କୁ ସ୍ଥାନୀୟ ଜମନକିରା ଶାସକୀୟ ଟିଏମସିରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ୫୦ବର୍ଷୀୟ ପୁରୁଷ ଓ ଅନ୍ୟ ଜଣକ ୨୩ ବର୍ଷୀୟ ଯୁବକ, ଯାହାଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେମାନଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଯାଇନଥିଲା କିନ୍ତୁ ସ୍ୱାବ ପରୀକ୍ଷାରେ ପଜିଟିଭ ବାହାରିଛି ଓ ଚିକିତ୍ସା ପାଇଁ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି ଓ ସେମାନଙ୍କ ସମ୍ପର୍କସୂଚୀ ପ୍ରସ୍ତୁତ କରାଯାଉଛି ।