ଗଜପତି ଜିଲ୍ଲାରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0 334

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ନୂତନ ମୂଖ୍ୟ ଚିକିତ୍ସାଅଧିକାରୀ ଭାବେ ଡ. ପ୍ରଦୀପ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ ମୂଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ବର୍ତ୍ତମାନ ପଦୋନ୍ନତି ହେବାରୁ ସେ ସିଡିଏମଓ ରୂପେ ଡ଼ ପ୍ରଦୀପ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗଜପତିରେ ଏଥି ପୂର୍ବରୁ ସିଡିଏମଓଡବ୍ଲୁ ଗୁନୁରାଣୀ ପଟ୍ଟନାୟକ ଥିଲେ । ସେ ପଦୋନ୍ନତି ହୋଇ ଭୁବନେଶ୍ୱର ଠାରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ନିର୍ଦ୍ଦେଶିକା ଭାବରେ ନିର୍ଯୁକ୍ତି ହୋଇଛନ୍ତି । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଡ. ପ୍ରଦୀପ କୁମାର ପାତ୍ରଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଡ଼.ପ୍ରଦୀପ କୁମାର ପାତ୍ର ଜିଲ୍ଲାର ଦୁର୍ଗମ ଅଂଚଳଠାରେ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦେବା ସହ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ଠାରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

15 − 5 =