ହୀରାକୁଦକୁ ଲକ୍ଷେ କ୍ୟୁସେକରୁ ଅଧିକ ବନ୍ୟାଜଳ ପ୍ରବେଶ ସହିତ ଜଳସ୍ତର ୬୧୪ଫୁଟ

0 127

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ବର୍ତ୍ତମାନ ଏହା ଭିତରକୁ ପ୍ରବେଶ କରୁଥିବା ଜଳରାଶିର ପରିମାଣ ଏବର୍ଷ ପ୍ରଥମଥର ପାଇଁ ଏକ ଲକ୍ଷ ଉପରକୁ ପହଞ୍ଚିଛି । ଏହା ସହିତ ଜଳସ୍ତର ମଧ୍ୟ ଦୃତଗତିରେ ବୃଦ୍ଧି ପାଇ ଆଜି ୬୧୪ଫୁଟ ଟପିଛି । ଏ ନେଇ ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ସମୁଦ୍ର ତଳଠାରୁ ୬୧୪.୩୭ ଫୁଟ ରେକର୍ଡ କରାଯାଇଛି । ଏବର୍ଷ ଏହାର ସର୍ବନିମ୍ନ ଜଳସ୍ତର ଗତ ୧୫ଜୁନ ଦିନ ୬୦୭.୬୫ଫୁଟ ରେକର୍ଡ କରାଯାଇଥିଲା ଓ ତାପରଦିନ ଠାରୁ ବର୍ଷା ଯୋଗୁଁଏହା ନିରନ୍ତର ବଢ଼ିବାରେ ଲାଗିଛି । ଆଜି ସକାଳ ୮ଟାସମୟରେ ଜଳଭଣ୍ଡାର ଭିତରକୁ ଏକଲକ୍ଷ ୪ହଜାର ୯୯୭ କ୍ୟୁସେକ ବନ୍ୟା ଜଳରାଶି ପ୍ରବେଶ କରୁଥିଲା ଓ ସେଠାରୁ ୧୪ହଜାର ୨୧୩ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଥିଲା । ଇତି ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ କୌଣସି ସମୟରେ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇପାରେ ବୋଲି ଏହାର କର୍ତ୍ତୃପକ୍ଷ ପ୍ରାୟ ମାସେ ଆଗରୁ ସୂଚନା ଜାରିକରି ସାବଧାନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ହେଲେ କବାଟ ଖୋଲାଯାଇନାହିଁ । ଜଳ ବିଦ୍ୟୁତ ଉତ୍ପାଦନ ଓ ବିଭିନ୍ନ କେନାଲ ମାଧ୍ୟମରେ ମାତ୍ର ନିଷ୍କାସିତ ହେଉଥିବା ଜଳରାଶିର ପରିମାଣ ୧୪,୨୧୩ କ୍ୟୁସେକ ରହିଛି ।

hiranchal ad1
Leave A Reply

Your email address will not be published.

one × four =