ବାଇକ ଧକ୍କାରେ ଯୁବକ ଗୁରୁତର

0 2,305

ବୌଦ୍ଧ – ଆଜି ସନ୍ଧ୍ୟା 7 ଘଣ୍ଟା 30 ମିନିଟ ସମୟରେ ସରସରା ନିକଟ ମଡେଲ୍ ଡ଼ିଗ୍ରୀ କଲେଜ୍ ସାମ୍ନାରେ ବାଇକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମଥୁରା ଗ୍ରାମର ସୁଜିତ୍ ସାଣ୍ଡ ନିଜ ବାଇକ ଯୋଗେ ବଉଦ ଆସୁଥିବା ବେଳେ ଜାତୀୟ ରାଜପଥ ନମ୍ବର୍ 57 ର ମଡେଲ ଡ଼ିଗ୍ରୀ କଲେଜ୍ ପାଖରେ ଚାଲି ଚାଲି ଯାଉଥିବା ସରସରା ରୁଗୁଡି ସାହିର ସିପୁନ୍ ପ୍ରଧାନ (20 ) ଙ୍କୁ ପଛ ପାଖରୁ ଧକ୍କା ଦେଇଥିଲା l ସିପୁନ୍ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଚାଳକ ସୁଜିତ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି l ଖବର୍ ପାଈ 108 ଆମ୍ବୁଲାନସ୍ ଉଭୟଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲା l ବୌଦ୍ଧ ଥାନା ପୋଲିସ୍ ଘଟଣାସ୍ଥଳରୁ ବାଇକ ଜବତ୍ କରି ତଦନ୍ତ କରୁଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

4 × 2 =