ଫୁଲବାଣୀ :ଆଜି ହେଉଛି ପବିତ୍ର ରଥଯାତ୍ରା ସମଗ୍ର ବିଶ୍ୱ କରୋନା ମହାମାରୀ କବଳରେ କବଳିତ ଏହାକୁ ଆଖି ଆଗରେ ରଖି କେବଳ ପୁରୀକୁ ଛାଡ଼ି ସବୁଜିଲ୍ଲାରେ ରଥଯାତ୍ରା ବନ୍ଦ କରାଯାଇ ମନ୍ଦିର ପରିସରରେ ପାଳନ କରିବାକୁ ଅନୁମତି ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଭିଡ ୧୯ର ନିୟମକୁ ସୁଚାରୁ ରୂପେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧି ମାତ୍ର୨୧ଜଣ ସେବକଙ୍କ ଜରିଆରେ ଚତୁର୍ଦ୍ଧା ମୂର୍ତ୍ତି ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିର ପରିସରରେ ଥିବା ରଥ ଚାରିପଟେ ପରିକ୍ରମା କରାଇ ଅସ୍ଥାୟୀ ଭାବେ ତିଆରି କରାଯାଇଥିବା ମାଉସୀ ମା ମନ୍ଦିରକୁ ନିଆଯାଇଥିଲା । ପୋଲିସର କଡ଼ା ସୁରକ୍ଷା ବଳୟରେ କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରୁନଥିଲେ ।ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ରୀତିନୀତି ପ୍ରକାରେ ପାଳନ କରାଯାଇଛି ବୋଲି ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି।ସଭାପତି ଶ୍ରୀ ସୁନାସିର ମହାପାତ୍ର, ଉପସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା,କୋଷାଧ୍ୟକ୍ଷ ଶଙ୍କର ବେହେରା, ସହ ସମ୍ପାଦକ ଶରତ ବେହେରା ଓ ଅନ୍ୟାନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।ଭକ୍ତଙ୍କ ମନ୍ଦିର ଭିତରକୁ ପ୍ରବେଶ ନକରିବା ପାଇଁ ୨୦୦ମିଟର ଦୂରରେ ବାଉଁଶ ବାରିକଟ ସହ ଟେଣ୍ଡ ଭିଡ଼ି ଦିଆଯାଇଥିଲା।ତଥାପି ଅନେକ ଭକ୍ତ ଭୋଗ ଆଣି ବାହାରେ ଥୋଇଦେଇ ଯାଉଥିଲେ।କେତେକ ଭକ୍ତ କହିବା ଅନୁସାରେ ବାହୁଡା ଯାତ୍ରା କୁ ଯଦି ପ୍ରଶାସନ ତରଫରୁ ସାମାଜିକ ଦୂରତା ବଜାଇ ରଖି ବାରିକଟ କରି ଜଣ ଜଣକୁ ଦେଖିବାର ସୁଯୋଗ ମିଳନ୍ତା ତେବେ କେତେ ଭଲ ହୁଅନ୍ତା।