ବୌଦ୍ଧରେ କଟକଣା ଢିଲା: ବିିଧି ଅନୁଯାୟୀ ସବୁଠି ରଥଯାତ୍ରା ହେଲା ପାଳନ

0 881

ବୈାଦ୍ଧ : ବିନା ଭକ୍ତ ଓ ବିନା ରଥରେ ଚଳିତବର୍ଷ ରଥଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନ ଆଦେଶ ଦେଇଥିଲା । ଜିଲ୍ଲା ପ୍ରଶାସନ ତଥା ବୌଦ୍ଧ ଦେବୋତ୍ତ ଅଧୀନରେ ଥିବା ୪ଟି ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ୮୦ ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ଗତକାଲି ପବିତ୍ର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆଦେଶକୁ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆଦେଶକୁ ମାନି କିଛି ମନ୍ଦିର ପରିସରରେ ବିଧି ଅନୁଯାୟୀ ରଥଯାତ୍ରା ସାଙ୍କେତିକ ଭାବରେ ହୋଇଥିବାବେଳେ କିଛି ସ୍ଥାନରେ ପ୍ରଶାସନର ଆଦେଶକୁ ଫୁ କରି ଉଡାଇ ରଥଟଣା ଯାଇଥିବା ଦେଖିବାକୁ ମିଳିଥିଲା । ଲୋକ ସମାଗମ ହୋଇ ଠାକୁରଙ୍କୁ ପହଣ୍ଡିକରି ରଥଟଣା ଯାଇଥିଲେ ମଧ୍ୟ ସଂପୃକ୍ତଥାନା ଅଞ୍ଚଳର ପୋଲିସ ନିରବଦ୍ରଷ୍ଟା ସାଜିଥିଲା ।
ବୌଦ୍ଧଜିଲ୍ଲାରେ ରଥଯାତ୍ରା କୋଣେ ଅନୁକୋଣେ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ପ୍ରତି ବୌଦ୍ଧ ଜିଲ୍ଲାବାସୀଙ୍କ ପ୍ରଗାଢ ଭକ୍ତିଭାବନା ରହିଥିବାରୁ ବର୍ଷକୁ ଥରେ ସବୁଠି ରଥଯାତ୍ରା ଧୁମ୍ଧାମ୍ରେ ଆୟୋଜିତ ହୋଇଥାଏ । ଚଳିତବର୍ଷର କରୋନା କଟକଣା ଯୋଗୁଁ ଏହି ଯାତ୍ରା ଭଲଭାବରେ ହୋଇନପାରିବାରୁ ଭକ୍ତମାନଙ୍କ ମନରେ ଗଭୀର ଦୁଃଖ ଦେଇଥିଲା । ଗତକାଲି ବୌଦ୍ଧଜିଲ୍ଲାର ବୌଦ୍ଧ ସହର ବିରାଜିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମନ୍ଦିର ପରିସର ମଧ୍ୟରେ ପୋଲିସର କଡା ପ୍ରହରାରେ ଅନୁଷ୍ଠିତ ହୋଇଥିଲା । ସେହିଭଳି ଜିଲ୍ଲାର ହରଭଙ୍ଗା, ଚାରିଛକ, ପୁରୁଣାକଟକ, ଦେବଗଡ, ବଡବାଗବର, ଅଁଳାପାଲି, କମିରା, ନାରାୟଣନଗର, ଆନନ୍ଦପୁର, ଜଗତି, ଧୁଡୁରୁବାହାଲ, ସାହାଜପାଲ, ବହିରା, ବାଉଁଶୁଣୀ ଛକ, ଗଡଭିତର, ଦହ୍ୟା, କସୁରବନ୍ଧ, ତାଳପଦର, ମନମୁଣ୍ଡା, ଆମ୍ବଗହଣା, ପଦରପଡା, ଶଗଡା, ବରଗୋଚ୍ଛା, ଗୁନ୍ଦୁଳିଆ, ଟୁରିଦେଉଳ, ପଲସାଗୋରା, ରୁଣ୍ଡିମହୁଲ, କଣ୍ଟାମାଳ, ଘଣ୍ଟାପଡା, ନାରାୟଣପ୍ରସାଦ, ଆମ୍ବଗାଁ, ଖୁଣ୍ଟିଗୋରା ଆଦି ୮୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବିଧିରକ୍ଷାକରି ଶ୍ରୀଜୀଉମାନଙ୍କ ରଥଯାତ୍ରା ସଂପନ୍ନ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

5 + 20 =