ପାତଳୀକ୍ଷେତ୍ର ରେ ଗଡ଼ିଲାନି ରଥ ନୀତି କାନ୍ତି ସହ ପାଳନହେଲା ବିଧି

0 99

ସୁବର୍ଣ୍ଣ ପୁର ଜିଲ୍ଲାରକୋଟସମଲାଇ ସ୍ଥିତ ପାତଳୀ କ୍ଷେତ୍ର ରେ ଆଜି ଗଡ଼ି ଲାଣି ରଥ l କରୋ ନା କଟକଣା ତଥା ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କ୍ରମେ ପ୍ରଶାସନ ର ବାରଣ ହେତୁ ଆଜି ଶ୍ରୀଜଗନ୍ନାଥ ଙ୍କ ଆଦି ଲୀଳା କ୍ଷେତ୍ର ରେ କେବଳ ରୀତିନୀତି ରେ ସୀମିତ ରହିଛି ଠାକୁର ଙ୍କ ଘୋଷ ଯାତ୍ରା l ଆଜି ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ଦ୍ୱାର ଫିଟା ମଙ୍ଗଳ ଆଳତି, ଖେଚୁଡ଼ି ଭୋଗ, ବେଶ ପରେ ପୂଜା ନୀତି ସମ୍ପର୍ଣ ହୋଇ ଥିଲା ଶ୍ରୀ ଜୀଉ ମାନଙ୍କୁ ଧାଡି ପହଣ୍ଡି ରେ ବାହାର କରାଯାଇଥିଲା l ସପ୍ତମ ପାହାଚ ରେ ଟାହିଆ ଲାଗି ହେଲା ପରେ ଘଣ୍ଟ ଶଙ୍ଖ ରେ ନିନାଦିତ ହୋଇ ଥିଲା ଛଳିଆ କନ୍ଦର l ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରି ବାଇଶି ପାହାଚ ଅବତରଣ କରି ଅରୁଣ ସ୍ତମ୍ଭ ପଛପଟୁ ଅସ୍ଥାୟୀ ଆଡ଼ପ ମଣ୍ଡପ କୁ ବିଜେ କରାଗଲା l ଏହା ପରେ ଶ୍ରୀ ଜୀଉ ମାନଙ୍କ ଆଡ଼ପ ନୀତି ଆରଂଭ ହୋଇ ଥିଲା l ପ୍ରକାଶ ଥାଉ କି ପାତଳୀ ଶ୍ରୀ କ୍ଷେତ୍ରରେ ଅନ୍ୟ ବର୍ଷ ମାନଙ୍କ ରେ ଲୋକା ରଣ୍ୟ ହୋଇ ଯାଉଥିବା ବେଳେ ଚଳିତ ବର୍ଷ ଭକ୍ତ ବିନା ପରିବେଶ ସମ୍ପୂର୍ଣ ଖାଁ ଖାଁ ଲାଗୁଥିଲା l ସାମାଜିକ ଦୂରତା ରକ୍ଷା କରି ସେବାୟତ ମାନେ ମୁହଁ ରେ ତୁଣ୍ଡି ବ୍ୟବହାର କରି ନୀତି ୟସମ୍ପାଦନ କରି ଥିଲେ l ଶ୍ରୀ ଜୀଉ ମାନେ ନୀଳାଦ୍ରି ବି ପର୍ଯନ୍ତ ଆଡ଼ପ ମଣ୍ଡପ ରେ ପୂଜା ପ୍ରାପ୍ତ ହେବା ସୂଚନା ମିଳିଛି l ବାରଣ ସତ୍ୱେ ବହୁ ଦୂର ଦୁରାନ୍ତ ରୁ ଅନେକ ଭକ୍ତ ନିରାଶ ରେ ଘୋଷ ଯାତ୍ରା ଦେଖି ନ ପାରି ଫେରି ଯାଇ ଥିବା ଦେଖି ବାକୁ ମିଳି ଥିଲା l ପଣ୍ଡିତ ବିଶ୍ୱେଶ୍ୱର ପାଢ଼ୀ, ଦେବାର୍ଚ୍ଚନ ଦାଶ, ଗୁଣାକାର ପଣ୍ଡା, ଏବଂ ବିଭିନ୍ନ ଗ୍ରାମ ର ବ୍ରାହ୍ମଣ ସେବାୟତ ମାନେ ଯୋଗ ଦେଇ ଠାକୁର ଙ୍କ ନୀତି ସମ୍ପାଦନ କରି ଥିଲେ l ଟ୍ରଷ୍ଟ ର ସମ୍ପାଦକ ଉତ୍ତର କୁମାର ପାତ୍ର, ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ, ଜଗଦୀଶ କର୍ଣ ମହାଦେବ ସାହୁ, ଜାନକୀ ରାମ ଦେହୁରୀ, ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ l

hiranchal ad1
Leave A Reply

Your email address will not be published.

two × 4 =