ରାସ୍ତା ଅବସ୍ଥା ସୁଧୁରିବ କେବେ ?

0 443

ବୌଦ୍ଧ – କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ଅନ୍ତର୍ଗତ ଲଏଡା ଛକ ଠାରୁ ପରିବନ୍ଧ ଗ୍ରାମକୁ ଯାଇଥିବା ଏହି ୨.୫ କି.ମି. ଦୈର୍ଘ୍ୟ ରାସ୍ତାର ଅବସ୍ଥା କେବେ ସୁଧୁରି ପାରୁନାହିଁ । ଗ୍ରାମରେ ୫୦୦ ଲୋକ ବାସ କରୁଥିବା ବେଳେ ଆଖ ପାଖ ଅନେକ ଗ୍ରାମର ଲୋକ ଦୈନନ୍ଦିନ ଏ ରାସ୍ତା ଉପରେ ଯାତାୟତ କରନ୍ତି l ଟିକିଏ ବର୍ଷାରେ ଏ ରାସ୍ତାର ଅବସ୍ଥା ବେହାଲ୍ ହେଇଯାଉଥିବା ବେଳେ ବାରମ୍ବାର ପ୍ରଶାସନ ପାଖରେ ଗ୍ରାମବାସୀ ଗୁହାରି କରିଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l ଫଳରେ ଯିବା ଆସିବା ସମୟରେ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଶିଘ୍ର ଏହାର ସମାଧାନର ବାଟ ନ ବାହାର କଲେ ଆଗାମି ଦିନରେ ଆନ୍ଦୋଳନ କରିବାକୁ ପରିବନ୍ଧ ତଥା ଆଖ ପାଖ ଗ୍ରାମର ଲୋକେ ପ୍ରସ୍ତୁତ ହେଉଥିବା ଜଣାଯାଏ ।

hiranchal ad1
Leave A Reply

Your email address will not be published.

twenty + 5 =