ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ ପଜିଟିଭ ଚିହ୍ନଟ

0 93

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ଟିଏମସିରେ ଆଜି ଦୁଇଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଓ ଏହାକୁ ମିଶାଇ ଜିଲ୍ଲାରେ ମୋଟ ୪୭ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥହୋଇ ଘରକୁ ଫେରିବାପରେ ବାକି ୨୩ଜଣଙ୍କର ଚିକିତ୍ସା ଚାଲିଛି । ଆଜିକାର ଚିହ୍ନଟ ଦୁଇଟିଯାକ ମାମଲା ମହାରାଷ୍ଟ୍ର ଫେରନ୍ତା, ଉଭୟେ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୨୨ ଓ ୫୦ ବର୍ଷ ବୋଲି ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଜିଲ୍ଲାକୁ ଫେରିବା ପରଠାରୁ ସେମାନଙ୍କୁ ଅନୁଧ୍ୟାନ ପାଇଁ ରେଙ୍ଗାଲୀ ଟିଏମସିରେ ରଖାଯାଇଥିଲା । ସେମାନଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥିଲେ ମଧ୍ୟ ସ୍ୱାବ ପରୀକ୍ଷାରୁ ସେମାନଙ୍କୁ ପଜିଟିଭ ଚିହ୍ନଟ କରାଯାଇ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ସେମାନଙ୍କ ସହିତ ମିଳାମିଶା କରୁଥିବା ବ୍ୟକ୍ତିମାନଙ୍କ ବିସ୍ତୃତସୂଚୀ ପ୍ରସ୍ତୁତ କରାଯାଉଛି । ଗତ ଚାରିଦିନ ହେଲା ପ୍ରତିଦିନ କେହିନାକେହି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ଓ ଗତ ମଙ୍ଗଳବାର ଦିନ ହଠାତ ୧୩ ଜଣ ପଜିଟିଭ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ସହିତ ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି

hiranchal ad1
Leave A Reply

Your email address will not be published.

eight + two =