୨ଜଣ ଶିଶୁ ଶ୍ରମିକ ଉଦ୍ଧାର : ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର

0 73

ସୁବର୍ଣ୍ଣପୁର : ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ନେତୃତ୍ୱରେ ଜିଲ୍ଲାର ଶିଶୁ ଶ୍ରମିକ ଉଦ୍ଧାରକାରୀ ଦଳ ପକ୍ଷରୁ ଗତକାଲି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ୍‌ ପତ୍ରାପାଲି ଓ ମେଟାକାନୀ ଅଞ୍ଚଳର ଢାବାମାନଙ୍କରେ ଚଢ଼ାଉ କରି ବେଆଇନ ଭାବରେ କାମକରୁଥିବା ୨ଜଣ ଶିଶୁଶ୍ରମିକଙ୍କୁ ଉଦ୍ଧାର କରି ଜିଲ୍ଲାର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି । ଏହି ଚଢ଼ାଉରେ ଜିଲ୍ଲା ଶ୍ରମ ଅଧିକାରୀ, ଡିସିପିଓ ,ଚାଇଲ୍ଡ ଲାଇନ୍‌ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ଉଲୁଣ୍ଡା ପୁଲିସ ହଠାତ ପହଞ୍ଚି ଏହି ଚଢ଼ାଉ କରି ବେଆଇନ ଭାବରେ ଢାବାରେ କାମକରୁଥିବା ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ପରେ ଉକ୍ତ ଢାବା ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ତଥା ନାବାଳକ ଶିଶୁ ମାନଙ୍କୁ କୌଣସି କ୍ଷେତ୍ରରେ ମଧ୍ୟ କାମରେ ନ ଲଗାଇବାକୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମାନଙ୍କୁ ପରାମର୍ଶ ଦିଆଯାଇଛି । କ୍ରମାଗତ ଭାବରେ ଆଗାମୀ ଦିନରେ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଏହି ଶିଶୁ ଶ୍ରମିକ ଉଦ୍ଧାରକାରୀ ଦଳର ମୁଖ୍ୟ ଡିଏଲ୍‌ଓ ଶ୍ରୀ ଖାଖାଙ୍କ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

5 × five =