ଫୋନ୍ ପେ’ରେ ଠକେଇ, ୫ ହଜାର ଟଙ୍କାର ଲୋଭ ଦେଖାଇ ଶିକ୍ଷକଙ୍କ ଠାରୁ ଲୁଟିନେଲେ ୮୮ହଜାର ଟଙ୍କା

0 136

ଦାରିଙ୍ଗବାଡି: ଦାରିଙ୍ଗବାଡ଼ି ବ୍ଲକରେ* କାର୍ଯ୍ୟରତ ଜଣେ ଶିକ୍ଷକଙ୍କୁ ଫୋନ ପେ’ ଆପରେ ୪,୯୯୯ ଟଙ୍କା ପାଇବା ଲୋଭ ଦେଖାଇ ଶିକ୍ଷକଙ୍କ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ୮୮,୯୦୪ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି କିରିକୁଟୀ ପଞ୍ଚାୟତ ପାଟ୍ଟାଙ୍ଗୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଅଶୋକ କୁମାର ପ୍ରଧାନ ନିଜର ବିଏସ୍ଏନ୍ଏଲ୍ ନମ୍ବର ୮୮୯୫୧୨୦୦୩ରେ ବ୍ୟାଙ୍କ ନେଣଦେଣ କରିବା ପାଇଁ ଫୋନ୍ ପେ’ ଡାଉନଲୋଡ କରିଥିଲେ। ଗତ ବୁଧବାର ଦିନ ଫୋନ୍ ପେ’ ଆପର ନୋଟିଫିକେସନ ବାର୍ରେ ଆପଣ ଫୋନ ପେ’ ବ୍ୟବହାର କରୁଥିବାରୁ ତାଙ୍କୁ ୪,୯୯୯ ଟଙ୍କା କମ୍ପାନୀ ପକ୍ଷରୁ ଦିଆଯିବ ବୋଲି ଏକ ମେସେଜ ଆସିଥିଲା। ସେହି ମେସେଜକୁ ଅଶୋକ ଖୋଲି ଦେଖିଥିଲେ। ପରେ ତାଙ୍କୁ ଏକ ଅଜଣା ନମ୍ବର-୮୨୫୨୫୭୧୧୪୩ରୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଫୋନ୍ ପେ’ କମ୍ପାନୀର କର୍ମଚାରୀ ପରିଚୟ ଦେଇ ଆପଣଙ୍କ ବ୍ୟାଙ୍କ ଖାତାରେ କମ୍ପାନୀ ତରଫରୁ ୪,୯୯୯ ଟଙ୍କା ଜମା କରିଦିଆଯିବ। ଆପଣ ନିଜର ବ୍ୟାଙ୍କ ନେଣଦେଣ ପାଇଁ ଆପରେ ବ୍ୟବହାର କରୁଥିବା ୬ ଅଙ୍କ ବିଶିଷ୍ଟ ଏମପିନ ନମ୍ବରଟିକୁ ଦେବାକୁ କହିଥିଲେ। ଏଥିରେ ବିଶ୍ୱାସ କରି ଅଶୋକ ନିଜର ଫୋନ୍ ପେ’ର ଏମପିନ୍ ନମ୍ବର ଦେଇଥିଲେ।କିଛି ସମୟପରେ ଅଶୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଥରକୁ ୪,୯୯୯ଟଙ୍କା ଲେଖାଏଁ ୮ ଥରରେ ୩୯,୯୯୨ଟଙ୍କା ଗାଏବ ହୋଇଯାଇଥିଲା। ଏହାପରେ ପୁଣି ଥରେଆଉଏକନମ୍ବର-୭୦୨୯୮୦୮୬୮୩ରୁ ସେହି ବ୍ୟକ୍ତ ଜଣକ ଆଉଥରେ ଫୋନ କରି ପୁଣିଥରେ ଏମପିନ୍ ମାଗିଥିଲେ। ପୁଣିଥରେ ଅଶୋକ ଏମପିନ୍ ଦେଇଥିଲେ। ୨୫ ତାରିଖ ଦିନ ଏକା ଥରକେ ଅଶୋକଙ୍କ ବ୍ୟାଙ୍କ ଖାତାରୁ ୪୮,୯୧୨ ଟଙ୍କା କଟିଯାଇଥିଲା। ଏହିଭଳି ଭାବରେ ମୋଟ ୮୮,୯୦୪ ଟଙ୍କାର ଠକେଇ ହୋଇଥିଲା। କିନ୍ତୁ ଶିକ୍ଷକଜଣକ ଏବାବଦରେ କିଛି ଜାଣିପାରିନଥିଲେ।ଶୁକ୍ରବାର ଦିନ ତାଙ୍କ ମୋବାଇଲକୁ ମେସେଜ ଆସିବାପରେ ସେ ଏହି ଠକେଇ ବାବଦରେ ଜାଣିବାକୁ ପାଇଥିଲେ। ପରେ ଶିକ୍ଷକ ଜଣଙ୍କ ଏବାବଦରେ ଜାଣିବା ପରେ ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଯାଇଥିଲେ। ମାତ୍ର କଣ୍ଟେନମେଣ୍ଟ ଜୋନ୍ ଯୋଗୁଁ ବ୍ୟାଙ୍କ ବନ୍ଦ ରହିଥିଲା। ତେଣୁ ବ୍ୟାଙ୍କରେ ଫୋନ ଯୋଗେ ଅବଗତ କରାଇଥିଲେ। ଏଥି ସହିତ ଫୋନ୍-ପେ’ ଆପର ହେଲ୍ପଲାଇନ ନମ୍ବରକୁ ଫୋନ କରି ଅଭିଯୋଗ ଦାଖଲ କରିଥିବା ବେଳେ କମ୍ପାନୀ ତରଫରୁ ଟଙ୍କା କିପରି ମିଳିବ ସେ ନେଇ କିଛି କୁହାଯାଇନଥିବା ଶିକ୍ଷକ ଜଣଙ୍କ ପ୍ରକାଶ କରିଛନ୍ତି। ସେହିପରି ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

three × 5 =