ଆୟକର ନିୟମରେ ପରିବର୍ତ୍ତନ: ଭତ୍ତା ଉପରେ ଦାବି କରିହେବ ରିହାତି

0 94

ନୂଆଦିଲ୍ଲୀ: ଆୟକର ନିୟମରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି । ଯାହା ଆୟକର ଦାତାଙ୍କୁ ବେଶ୍ ଫାଇଦା ଦେବ । ଏହି ପରିବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ ନୂଆ କର ବ୍ୟବସ୍ଥା ଚୟନ କରୁଥିବା କରଦାତା ଅଧିକାରୀଙ୍କ ପ୍ରୟୋଜନ ଲାଗି ହୋଇଥିବା ଖର୍ଚ୍ଚର ଭତ୍ତାରେ ଶୁଳ୍କ ରିହାତି ଦାବି କରିପାରିବେ । ଏଥିରେ ଅଧିକାରୀଙ୍କ ଗସ୍ତ ଓ ଅନ୍ୟ କାର୍ଯ୍ୟ ଲାଗି ମିିଳୁଥିବା ଭତ୍ତାରେ ମଧ୍ୟ ରିହାତି ମିଳିପାରିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋଡର଼୍ ନିୟମରେ ଏଭଳି ପରିବର୍ତ୍ତନ ଅଣାଯାଇଛି ।
ସିବିଡିଟିଙ୍କ ନିୟମ ସଂଶୋଧନ ଅନୁସାରେ କରଦାତା ଟ୍ରାନ୍ସଫର ମାମଲାରେ ଟ୍ରାଭେଲ ଖର୍ଚ୍ଚ ଲାଗି ମିଳୁଥିବା ଭତ୍ତା, ଯାତ୍ରା ଆଦି ସମୟରେ ମିଳୁଥିବା ଅନ୍ୟ ଭତ୍ତା ଓ ସାଧାରଣ କାର୍ଯ୍ୟସ୍ଥଳରେ ଉପସ୍ଥିତ ନ ରହି ମଧ୍ୟ ପାଉଥିବା ୈନିକ ଖର୍ଚ୍ଚ ଆଦି ଭତ୍ତାରେ ଏହି ଆୟକର ରିହାତି ମିଳିପାରିବ । ଯଦି ନିୟୋଜକ କାର୍ଯ୍ୟସ୍ଥଳକୁ ନିୟମିତ ଯାତାୟାତ ଲାଗି ନିଶୁଳ୍କ ବ୍ୟବସ୍ଥା କରିନାହାନ୍ତି ତେବେ କର୍ମଚାରୀଙ୍କୁ ନିୟମିତ କାର୍ଯ୍ୟସ୍ଥଳକୁ ଯାତାୟାତ ନିମନ୍ତେ ମିଳୁଥିବା ଭତ୍ତାରେ ମଧ୍ୟ ଆୟକର ରିହାତି ପାଇପାରିବେ ।
ନୂଆ ଆୟକର ସ୍ଲାବ ଅନୁସାରେ ବାର୍ଷିକ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ ରଖା ଯାଇଛି । ତେବେ ୨.୫ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ବାର୍ଷିକ ୫ ପ୍ରତିଶତ ଆୟକର ଧାର୍ଯ୍ୟ ହୋଇଛି । ସେହିପରି ୫ରୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀ ବର୍ଗଙ୍କ ନିମନ୍ତେ ୧୦ ପ୍ରତିଶତ, ୭.୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫ ପ୍ରତିଶତ ଓ ୧୦ରୁ ୧୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକାରୀ ବର୍ଗଙ୍କ ନିମନ୍ତେ ସର୍ବାଧିକ ୨୦ ପ୍ରତିଶତ ଆୟକର ଧାର୍ଯ୍ୟ ହୋଇଛି । ସେହିପରି ୧୨.୫ଲକ୍ଷରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ନିମନ୍ତେ ୨୫ ପ୍ରତିଶତ ଓ ୧୫ରୁ ଅଧିକ ଆୟକାରୀ ବର୍ଗଙ୍କ ଲାଗି ୩୦ ପ୍ରତିଶତ ଶୁଳ୍କ ନିର୍ଦ୍ଧାରିତ ହୋଇଛି ।

hiranchal ad1
Leave A Reply

Your email address will not be published.

16 + 7 =