କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ରୋଗୀଙ୍କ ସଂପର୍କୀୟଙ୍କ ଆକ୍ରମଣ, ଅଭିଯୁକ୍ତ ଗିରଫ

0 86

ପୁରୀ : ପୁରୀ ଜିଲା କାକଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘଟିଛି ଅଭାବନୀୟ ଘଟଣା । କାକଟପୁର ଅଞ୍ଚଳର ଜଣେ ଯୁବକ ନିଜର ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ସମୟରେ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ସମୟରେ ଯୁବକ ଜଣକ ଫାର୍ମାସିଷ୍ଟଙ୍କୁ ନିଜର ସମ୍ପର୍କୀୟଙ୍କୁ ଚିକିତ୍ସା କରିବାପାଇଁ ଜିଦି କରିଥିଲେ । ଫାର୍ମାସିଷ୍ଟ ଜଣକ ଅନ୍ୟ ରୋଗୀଙ୍କ ଚିକିତ୍ସାରେ ଥିବା ବେଳେ କିଛି ସମୟ ଅପେକ୍ଷା ପାଇଁ କହିଥିଲେ । ଏହି ଘଟଣାରେ ଉକ୍ତ ଯୁବକ ରାଗିଯାଇ ଅଶ୍ଳୀଳ ଭାଷାରେ ଗାଳି କରି କାର୍ଯ୍ୟରତ ଫର୍ମାସିଷ୍ଟଙ୍କୁ ଆକ୍ରମଣ କରିଥଲେ । ଯାହାକି ସିସିଟିଭି ଭିଡ଼ିଓରେ କଏଦ ରହିଚି । ମେଡିକାଲ ଭିତରେ ରହିଥିବା ଆସବାବପତ୍ରକୁ ଫିଙ୍ଗାଫୋପଡା କରିବା ସହିତ ଟେବୁଲ ଉଠାଇ ମାଡ ମାରିଥିଲେ । ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଆହତ ଫାର୍ମାସିଷ୍ଟ ସଙ୍ଗେ ସଙ୍ଗେ ମେଡିକାଲ ଇନଚାର୍ଜ ଆଶିଷ କୁମାର ମହାପାତ୍ରଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଜାଣି ସିସିଟିଭି ଦେଖିଲା ପରେ ମେଡିକାଲ ଇନଚାର୍ଜ ଶ୍ରୀ ମହାପାତ୍ର କାକଟପୁର ଥାନାରେ ଏକ ମାମଲା ଦାୟର କରିଛନ୍ତି । ମାମଲା ପାଇବାପରେ କାକଟପୁର ଥାନାଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ତେବେ ଉକ୍ତ ଯୁବକର ଆତଙ୍କରାଜକୁ ନେଇ ରୋଗୀ ମାନେ ଭୟଭୀତ ହୋଇ ପଡ଼ିଥିଲେ । ଏଭଳି ଘଟଣାକୁ ସବୁ ମହଲରେ କଡ଼ା ନିନ୍ଦା କରାଯାଇଚି । ତେବେ କାକଟପୁର ମେଡ଼ିକାଲରେ ଅନେକ ସମୟରେ ଅପ୍ରୀତିକର ସ୍ଥିତି ଉପୁଜୁଥବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଇଁ ଦାବୀ ହୋଇଛି ।

hiranchal ad1
Leave A Reply

Your email address will not be published.

nineteen − 9 =