ବିଜୁସେତୁ ଯୋଜନାର ଉପଦେଷ୍ଟାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ, ଜିଲ୍ଲାର ସମସ୍ତ ବିଜୁ ସେତୁକୁ କରିବେ ସମୀକ୍ଷା

0 193

ହରଭଙ୍ଗା : ଓଡିଶା ସରକାରଙ୍କ ବିଜୁ ସେତୁ ଯୋଜନାର ଉପଦେଷ୍ଟା ଶରତ ଚନ୍ଦ୍ର ପାତ୍ରଙ୍କ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ପ୍ରଥମେ ହରଭଙ୍ଗା ବ୍ଲକର ନିର୍ମାଣ ଥିବା ବିଜୁ ସେତୁ ଗୁଡିକ ପରିଦର୍ଶନ କରିଥିଲେ । ଏହି ଅବସରରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସରିଥିବା ଯାଜପୁର ବିଜୁ ସେତୁ ପରିଦର୍ଶନରେ ଯାଇଥିଲେ ଏବଂ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହିପରି ଜିଲ୍ଲାର ନିର୍ମାଣ ଥିବା ସମସ୍ତ ବିଜୁ ସେତୁର ସମୀକ୍ଷା କରାଯିବ ବୋଲି ମତ ରଖିଥିଲେ । ହରଭଙ୍ଗା ବ୍ଲକ ଗସ୍ତ ସମୟରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ସୁଧାକର ନାଏକ, ସହକାରୀ ଯନ୍ତ୍ରୀ ଇଂ ସନ୍ଦୀପ କୁମାର ଶତପଥି, ଏବଂ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ସ୍ଥାନୀୟ ଜନସାଧରଣ ଉପସ୍ଥିତ ଥିଲେ । ଉକ୍ତ ବିଜୁ ସେତୁରେ ଆଲୋକୀକରଣ ଓ ସାଇଟ ୱାଲ ପାଇଁ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଭିନ୍ନ ଯୋଜନାରୁ ଖର୍ଚ୍ଚ କରି ତିଆରି କରିବାପାଇଁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × one =