ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅବକାରୀ ବିଭାଗ ପକ୍ଷରୁ ବ୍ଲକର ଦୁଇଟି ସ୍ଥାନରେ ପୃଥକ ପୃଥକ ଚଢ଼ାଉ କରି ୩୮ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ଥାନା ମହାଳିକପଡା ଗ୍ରାମର ସୁଲୋଚନା ବେହେରାଙ୍କ ନିକଟରୁ ୧୮ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ପୁରୁଣା କଟକ ଥାନା ଆଡେଣିଗଡ଼ ଗ୍ରାମର କୁଞ୍ଜ ସାହୁଙ୍କ ନିକଟରୁ ୨୦ଲିଟର ଦେଶୀ ମହୁଲି ଜବତ କରି ପୃଥକ ପୃଥକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରଥିବା ନେଇ ହରଭଙ୍ଗା ଅବକାରୀ ଇନିସପେକ୍ଟର ଅଞ୍ଜନ ଜେନା ସୂଚନା ଦେଇଛନ୍ତି ।