ପେଟ୍ରୋଲ ଡିଜେଲ ଦରବୃଦ୍ଧି ବିରୁଦ୍ଧରେ କଂଗ୍ରେସର ପ୍ରତିବାଦ

0 585

 ବୌଦ୍ଧ,୨୯/୬-  ଦେଶରେ କିଛିଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତ ବୃଦ୍ଧି ପାଉଥିବାରୁ ଜିଲ୍ଲା କଂଗ୍ରେସ କମିଟି ଆଜି ତାର ପ୍ରତିବାଦ କରିଛି । ଲକଡାଉନ ସମୟରେ ପେଟ୍ରୋଲିୟମ ସାମଗ୍ରୀରେ ଟିକସ ବସାଇ ଖାଉଟିମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ଏସବୁ ସାମଗ୍ରୀର ଦର କମାଇବାକୁ ଦାବି କରିଛି କଂଗ୍ରେସ । ସେଥିପାଇଁ ଆଜି କଂଗ୍ରେସ କର୍ମୀମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ଏକ ୪ଦଫା ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନବ ମିଶ୍ର, ପ୍ରଶାନ୍ତ ସାହୁ, ସମରେଶ ମିଶ୍ର, ନାରାୟଣ ପ୍ରସାଦ ପରିଜା, ବୁଦ୍ଧଦେବ ପ୍ରଧାନ, ଶିବଚରଣ ବେହେରା, ସରୋଜ ସାହୁ, ବେଣୁଧର ମେହେର, କ୍ଷୀରୋଦ ନାଏକ, ଅର୍ଜୁନ ମହାନନ୍ଦିଆ, ଅଚ୍ୟୁତ କର୍ଣ୍ଣ, କେଶବ କ୍ଷେତୀ, ପ୍ରଦିପ ଦାସ, ଚିତ୍ତ ବେହେରା, ରୋହିତ ବସ୍ତିଆ, ରାୟ ସଂଜୀବ ଦେଓ, ମହେଶ୍ୱର ପ୍ରଧାନ, ପ୍ରଭଞ୍ଜନ ବାରିକ ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ କର୍ମୀ ଓ ନେତା ଉପସ୍ଥିତ ରହି ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ନାରାବାଜି କରିଥିଲେ । 

hiranchal ad1
Leave A Reply

Your email address will not be published.

nineteen − seven =