ଏବେବି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସୁବର୍ଣ୍ଣପୁର ଜ଼ିଲ୍ଲା ଝରାପଡା ଗ୍ରାମବାସୀ

0 173

ସୁବର୍ଣ୍ଣପୁର : ଦେଶ ଏବେ ଆଜାଦିର ଅମୃତ ମହୋତ୍ସବ ଆଡମ୍ବରରେ ପାଳନ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗ୍ରାମରେ ବସବାସ କରୁଥିବା ପ୍ରାୟ କୋଡିଏଟି ପରିବାର ନିଜର ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏକ ଅକଥନୀୟ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ନାଁ ଅଛି ପିଇବା ପାଣିର ସୁବିଧା ନାଁ ଅଛି ବିଦ୍ୟୁତ, ଅଧା ପାଳ ଅଧା ପଲିଥିନ ମାଟି ଘରକୁ ଘୋଡାଇ ବର୍ଷା ପାଣି, ପୁଣି ସରିସୃପଙ୍କ ଭୟ ରେ ରାତି ଉଜାଗର ରହୁଛନ୍ତି । ଦୀର୍ଘ ୫ ବର୍ଷ ପୂର୍ବରୁ ଏହି ବସ୍ତିରେ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ଆସୁଥିବା ମୂଳ ସାଦ୍ରୀ ଭାଷା କହୁଥିବା ଏହି ସମ୍ପ୍ରଦାୟର ଲୋକେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର କିଛି ସାମ୍ବାଦିକ ପ୍ରତିନିଧିଙ୍କୁ ଦେଖି ତାଙ୍କ ସବୁ ଦୁଃଖ ଜଣାଇ ଭାବ ବିହ୍ୱଳ ହୋଇ ଯାଇଥିଲେ । ଏହି ବସ୍ତିରେ ଅଛନ୍ତି ଯଜ୍ଞ ଝରା, ଜାଲ ଝରା ନାମ୍ନୀ ଦୁଇ ଜଣ ବିଧବା ମହିଳା, ଶରତ ଝରା, ସୋନିଆ ଝରା, ନୟନା ଝରା, ସୁକାନ୍ତିଝରାଙ୍କ ବୟସ ଷାଠିଏରୁ ଅତିକ୍ରାନ୍ତ ହୋଇଥିବା ବେଳେ ନା ସେମାନେ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ନା ସେମାନଙ୍କ ପାଖରେ ରାସନ କାର୍ଡ ଅଛି, ଖାଲି ଆଧାର କାର୍ଡ ଓ ଭୋଟପରିଚୟ ପତ୍ର ଧରି ସେମାନେ ନିଜ ପରିଚୟ ଜାହିର କରୁଛନ୍ତି ସିନା ସେ ବସ୍ତିରେ ଜନ୍ମିତ ଛୁଆମାନେ ମଧ୍ୟ ଫୁଙ୍ଗୁଳା ଦେହରେ ନିଜନିଜର ଶୈଶବ ଖୋଜୁଛନ୍ତି । ନିକଟରେ ଅଙ୍ଗନବାଡ଼ି ସେଣ୍ଟର ଥିଲେ ମଧ୍ୟ ସେମାନଙ୍କ ପାଇଁ ତାହା ସ୍ୱପ୍ନ ହୋଇଛି । କିଛିପିଲା ପାଖଗ୍ରାମ ତୁଲୁଣ୍ଡିପାଲି ପ୍ରାଥମିକ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଉଛନ୍ତି । ସେମାନେ ପାଖା ପାଖି କୋଡିଏ ପରିବାର ସେଠାରେ ଅଛନ୍ତି ହେଲେ, କେବଳ ଭୋଟ ବେଳେ ବିଭିନ୍ନ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ତାଙ୍କ ପାଖରେ ପହଂଚି କେବଳ ନାନା ପ୍ରତିଶ୍ରୁତି ଦେଇ ଆସିଛନ୍ତି ସିନା, ସେମାନଙ୍କ ପାଇଁ ସର୍ବନିମ୍ନ ଆବଶ୍ୟକତା ଯୋଗାଇଦେବା ପାଇଁ ଭୁଲି ଯାଇଛନ୍ତି । ତାଙ୍କ ଭିତରୁ କେବଳ ଜଣେ ମହିଳା ବାବି ବେହେରା ପାଞ୍ଚ କେଜି ଚାଉଳ ଓ ଗୋଟିଏ ପରିବାର ସେଲେଡି ଗ୍ରାମପଞ୍ଚାୟତର ଗିନୁ ଝରାଙ୍କ ନାମରେ ପଚିଶ କେଜି ଚାଉଳ ର ଗୋଟିଏ ଖାତାରେ କାର୍ଡ ନମ୍ବର ପକାଇ ପାଇଛନ୍ତି, ହେଲେ ସେମାନେ ବିଏସକେୱାଇ କାର୍ଡ ରୁ ମଧ୍ୟ ବଞ୍ଚିତ ଅଛନ୍ତି । ଯା ଦ୍ୱାରା କି ଲୁହା ଝରା ନାମକ ଜଣେ ୧୮ ବର୍ଷୀୟ ଭିନ୍ନକ୍ଷମ ଯୁବକଙ୍କ ପାଇଁ ବର୍ତ୍ତମାନ ଜରୁରୀ ଚିକିତ୍ସା ଆବଶ୍ୟକ ହୋଇ ପଡିଛି କିନ୍ତୁ ସେ ଏହାର ସୁବିଧା ପାଇପାରୁନାହାନ୍ତି । ପୂର୍ବରୁ ଏମାନଙ୍କ କୌଳିକ ବୃତ୍ତି ଥିଲା ମାଣ, ଜାଗର, ତାମ୍ବୀ ତମ୍ବା ଓ କଂସା ବାସନ ତିଆରି କରିବା, କିନ୍ତୁ ବଜାରରେ ଏବେ ଏହାର ଚାହିଦା କମି ଯିବାରୁ ସେମାନେ ତମ୍ବା ମୁଦି, ଚୁଟିକି, ବଳା, ପଥର ମୁଦି, ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିଭାଉଛନ୍ତି । ଆଉ କିଛି ଲୋକ ଚାଷରେ ତ କିଛି ଲୋକ ପାଖଗାଁର ଶ୍ରମିକ ସର୍ଦ୍ଦାର ହାବୁଡ଼ରେ ପଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା ନିର୍ଯାତନା ର ଶିକାର ହୋଇଛନ୍ତି । ଏପରିକି ରାଜୁ ଓ ସୁରୁବାଲି ଉଭୟେ ସ୍ୱାମୀ ସ୍ତ୍ରୀ ଦୁଇ ନାବାଳକ ପିଲା ଙ୍କୁ ଛାଡି ଏବେ ବି ଏକ କମ୍ପାନୀ ମାଲିକର ନଜର ବନ୍ଦୀରେ ଥିବା ସେମାନେ କହିଛନ୍ତି । ପତ୍ତା ମିଳୁନି ତାଙ୍କର ଏପରି ସ୍ଥଳେ ଉଭୟ ପିଲା ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣା ସ୍ଥଳକୁ ଯାଇଥିବା ଓଡିଶା ସାମ୍ବାଦିକ ସଂଘର ସୋନପୁର କର୍ମକର୍ତ୍ତା ସେଠାରୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଏଇ ଗାଁ ର ଦୁଃଖ ଦୁର୍ଦ୍ଦଶା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଜ଼ିଲ୍ଲାପାଳ ବିନିକା ବିଡ଼ିଓ ଓ ତହସିଲଦାରଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ବିଷୟ ଏହି ମିଡ଼ିଆ ଗ୍ରୁପକୁ କହିଥିଲେ । ସ୍ଥାନୀୟ ସେଲେଡି ସରପଞ୍ଚ ଙ୍କ ପ୍ରତିନିଧି ଗୌର ସୁନାଙ୍କୁ ଭେଟିବାରୁ ସେ ମଧ୍ୟ ପ୍ରଥମେ ପିଇବା ପାଣିପାଇଁ ନଳକୂପ ଖୋଳାଇବା ସହ ବିଦ୍ୟୁତ ସଂଯୋଗର ସୁବିଧା ଓ ସମସ୍ତ ଙ୍କ ଆଧାର କାର୍ଡ ପ୍ରସ୍ତୁତ ପାଇଁ ଚେଷ୍ଟା କରିବି ବୋଲି କହିଥିଲେ । ସ୍ମରଣଯୋଗ୍ୟ ଯେ ସୋନପୁର -ବିନିକା ମୁଖ୍ୟ ରାସ୍ତା ର ଅନତି ଦୂରରେ ଥାଇ ସୁଦ୍ଧା ଏତେ ଅବହେଳାର ଶୀକାର ହୋଇ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଏପରିକି ଜିଲ୍ଲା ପାଳସିଧାସଳଖ ଏହି ଘଟଣାରେ ହସ୍ତକ୍ଷେପ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

19 − 7 =