ସୋନପୁର : ବିଧିର ବିଧାନ ବଡ଼ ବିଚିତ୍ର।ବାହାଘରପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଘରେ ବିବାହ ବେଦୀ ପ୍ରସ୍ତୁତ ସରିଥିଲା ।କରୋନା ର କଟକଣା ହେତୁ ଘରେ ସ୍ୱଳ୍ପ ସଂଖ୍ୟକ ବନ୍ଧୁ ବର୍ଗ ମଧ୍ୟ ପହଞ୍ଚି ସାରିଥିଲେ।ଆଉ ମାତ୍ର କିଛି ଘଣ୍ଟା ପରେ ବରବେଶରେ ସଜାଡି ହୋଇ ବରଯାତ୍ରୀ ଙ୍କ ଗହଣରେ ଯାଇଥାନ୍ତେ କନ୍ୟା ଘରକୁ ଓ ଅତିଆନନ୍ଦ ଉଲ୍ଲାସରେ ବାହାବେଦୀରେ ହାତଧରି ନେଇ ଆସିଥାନ୍ତେ ତାଙ୍କର ଜନ୍ମ ଜନ୍ମାନ୍ତର ର ସାଥିକୁ।ହେଲେ ମଣିଷ ତ ବିଧିର ନିର୍ଦ୍ଦେଶ ରେ ଆତଯାତ ତେଣୁ ସମସ୍ତ ଙ୍କର ସ୍ୱପ୍ନ କୁ ଅଧୁରା ରଖିଦେଇ ବରବେଶରେ ଯିବା ବଦଳରେ ସିଧାଚାଲିଗଲେ ଏକ ଅଫେରା ରାଇଜକୁ। ରୋଷଣୀ ବଦଳରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ବର ଚାଲିଗଲେ ଗାଁ ଶ୍ମଶାନ କୁ।ଏପଟେ ଅପେକ୍ଷା ରେ ଅଧୁରା ରହିଗଲା ଉଭୟ ପକ୍ଷଙ୍କର ବିବାହ ବେଦୀ।ନିମିଶକେ ଚୂନା ହୋଇଗଲା ସମସ୍ତ ସମ୍ଭାବିତ ସ୍ୱପ୍ନ ର ମୂହୁର୍ତ୍ତ।ଏମିତି ଏକ ଶୋକର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଗ୍ରାମରେ।ଗ୍ରାମର ଗିରିଜା ପ୍ରସାଦ ମେହେର ଙ୍କ ପୁଅ ପ୍ରସନ୍ନ ମେହେର ଙ୍କ ବିବାହ ବରଗଡ଼ ଜିଲ୍ଲାର ପଦମପୁର ଗ୍ରାମର ଦୟାନିଧି ମେହେର ଙ୍କ ଝିଅ ଙ୍କ ସହ ସଂପର୍ନ ହେବାପାଇଁ ସ୍ଥିର ହୋଇଥିଲା।ପୂର୍ବ ପ୍ରସ୍ତୁତି ଅନୁଯାୟୀ ବର ପ୍ରସନ୍ନ ଙ୍କର ପରିବାର ବର୍ଗ ବେଶ ହସଖୁସିରେ ଥାଇ ସକାଳ ପାହିଲେ ବରଯାତ୍ରୀ ନୈଇ ପୁଅର ପାଣିଗ୍ରହଣ ପାଇଁ ଯାଇଥାନ୍ତେ ହେଲେ ସକାଳୁ ସକିଳୁ ପ୍ରସନ୍ନ ଏକ କାମର ବାହାନାରେ ଘରୁ ଚାଲିଆସି ଗାଁପାଖ ଜଙ୍ଗଲରେ ଏକ ଗଛରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ର ଜଣାପଡିଛି। ତେଣେ ଘରେ ଅପେକ୍ଷା ରତ ଥିବା ସମସ୍ତେ ଏଇ ଦୁଃଖଦ ଘଟଣାର ଖବର ପାଇବାପରେ ଦୁଃଖରେ ମ୍ରିୟମାଣ ହୋଇ କ୍ଷଣକରେ ସମସ୍ତ ଖୁସି ପାଣିଫୋଟକା ଭଳି ମିଳେଇ ଯାଇଥିଲା। ବିବାହ ଦିନ ଆତ୍ମହତ୍ୟା ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ଘଟିଥିବା ଅଞ୍ଚଳ ବିନିକା ଥାନା ପରିଧିରେ ଆସିଥିବା ହେତୁ ବିନିକା ପୋଲିସ ଘଟଣାର ଅନୁସନ୍ଧାନ କରୁଥିବାବେଳେ ଶବ ଜବତ କରି ବ୍ୟବଚ୍ଛେଦ କରିବାପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରିରଖିଛି। ତେଣେ ଗାଁ ଶ୍ମଶାନ ରେ ଏକ ଶୋକାକୁଳ ପରିବେଶରେ ପ୍ରସନ୍ନ ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଆତ୍ମହତ୍ୟା ର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଗତ କିଛିଦିନ ହେଲା ବିବାହ କୁ ନେଇ ପ୍ରସନ୍ନ ବେଶ ଚାପରେ ଥିବା ପରିବାର ସୁତ୍ରରୁ ଜଣାପଡିଛି।ତେଣେ ପ୍ରସନ୍ନ ଦିର୍ଘ ୧୦ବର୍ଷ ଧରି ସୋନପୁର ଶିଶୁବିଦ୍ୟାମନ୍ଦିର ରେ ଶିକ୍ଷକତା କରିବାସହ ଛାତ୍ର ଛାତ୍ରୀତଥା ଅଭିଭାବକ ମହଲରେ ବେଶ ଲୋକପ୍ରିୟ ଥିବା ଜଣାପଡିଛି।ତେବେ ବର୍ତ୍ତମାନ ସେ ୩ବର୍ଷ ହେବ ମହାଦେବ ପାଲି ଶିଶୁମନ୍ଦିର ରେ ସମ୍ପାଦକ ଥିଲେ। ତାଙ୍କର ଏହି ଅକାଳ ମୃତ୍ୟୁ ରେ ସମଗ୍ର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି