ଦେଶରେ ୬ ଲକ୍ଷ ମୁହାଁ କରୋନା ପଜିଟିଭ୍

0 84

ନୂଆଦିଲ୍ଲୀ: ଦେଶରେ ସମସ୍ତ ପ୍ରକାର ସତର୍କତା ସତ୍ତେ୍ୱ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩ରେ ପହଞ୍ଚିଛି । ସେହିପରି, ୨୪ ଘଣ୍ଟା ମଧ୍ୟରେ ଆଉ ୫୦୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୧୭ ହଜାର ୪୦୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୪୭ ହଜାର ୯୭୬ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୮୭ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୨ ଜଣ, ବିହାରରେ ୬୭ ଜଣ, ଚଣ୍ଡିଗଡରେ ୬ ଜଣ, ଛତିଶଗଡରେ ୧୩ ଜଣ, ଦିଲ୍ଲୀରେ ୨୭୪୨ ଜଣ, ଗୋଆରେ ୩ ଜଣ, ଗୁଜରାଟରେ ୧୮୪୬ ଜଣ, ହରିୟାଣାରେ ୨୩୬ ଜଣ, ହିମାଚଳ ପ୍ରଦେଶରେ ୧୦ ଜଣ, ଜମ୍ମୁ ଓ କଶ୍ମୀରରେ ୧୦୧ ଜଣ, ଝାଡଖଣ୍ଡରେ ୧୫ ଜଣ, କର୍ଣ୍ଣାଟକରେ ୨୪୬ ଜଣ, କେରଳରେ ୨୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୭୨ ଜଣ, ମହାରାଷ୍ଟ୍ରରେ ୭୮୫୫ ଜଣ, ମେଘାଳୟରେ ୧ ଜଣ, ଓଡିଶାରେ ୨୫ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୪୪ ଜଣ, ରାଜସ୍ଥାନରେ ୪୧୩ ଜଣ, ତାମିଲନାଡୁରେ ୧୨୦୧ ଜଣ, ତେଲେଙ୍ଗାନାରେ ୨୬୦ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୧ ଜଣ, ଉତ୍ତରପ୍ରଦେଶରେ ୬୯୭ ଜଣ ଏବଂ ପଶ୍ଚମବଙ୍ଗରେ ୬୬୮ ଜଣ ।

hiranchal ad1
Leave A Reply

Your email address will not be published.

three − 1 =